ହରିୟାଣା ମନ୍ତ୍ରିମଣ୍ଡଳରେ ସୈନିଙ୍କ ହାତରେ ଗୃହ ଓ ଅର୍ଥ, ଅନୀଲ ବିଜ୍‌ଙ୍କୁ ଶକ୍ତି ବିଭାଗ ଦାୟିତ୍ବ

ଚଣ୍ଡିଗଡ଼: ହରିୟାଣା ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ‌ନାୟବ ସିଂହ ସୈନି ନିଜ ହାତରେ ଗୃହ ଓ ଅର୍ଥ, ଆଇନ ବିଭାଗ ରଖିଛନ୍ତି। ମନ୍ତ୍ରିମଣ୍ଡଳ ସବୁଠାରୁ ବୟସ୍କ ନେତା ଅନିଲ ବିଜ୍‌ଙ୍କୁ ଶକ୍ତି, ପରିବହନ ଓ ଶ୍ରମ ବିଭାଗ ପ୍ରଦାନ କରାଯାଇଛି। ବିଭାଗ ବଣ୍ଟନରେ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ଅର୍ଥ, ଆଇନ ସହ ଅବକାରୀ ଓ କର, ସହରାଞ୍ଚଳ ପରିଯୋଜନା, ସୂଚନା ଓ ଜନସମ୍ପର୍କ, ଭାଷା ଓ ସଂସ୍କୃତି, ସାଧାରଣ ପ୍ରଶାସନ, କାର୍ମିକ ଓ ପ୍ରଶିକ୍ଷଣ […]

ହରିୟାଣା ମନ୍ତ୍ରିମଣ୍ଡଳରେ ସୈନିଙ୍କ ହାତରେ ଗୃହ ଓ ଅର୍ଥ, ଅନୀଲ ବିଜ୍‌ଙ୍କୁ ଶକ୍ତି ବିଭାଗ ଦାୟିତ୍ବ

ଚଣ୍ଡିଗଡ଼: ହରିୟାଣା ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ହୋଇଛି। ମୁଖ୍ୟମନ୍ତ୍ରୀ ‌ନାୟବ ସିଂହ ସୈନି ନିଜ ହାତରେ ଗୃହ ଓ ଅର୍ଥ, ଆଇନ ବିଭାଗ ରଖିଛନ୍ତି। ମନ୍ତ୍ରିମଣ୍ଡଳ ସବୁଠାରୁ ବୟସ୍କ ନେତା ଅନିଲ ବିଜ୍‌ଙ୍କୁ ଶକ୍ତି, ପରିବହନ ଓ ଶ୍ରମ ବିଭାଗ ପ୍ରଦାନ କରାଯାଇଛି। ବିଭାଗ ବଣ୍ଟନରେ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ଅର୍ଥ, ଆଇନ ସହ ଅବକାରୀ ଓ କର, ସହରାଞ୍ଚଳ ପରିଯୋଜନା, ସୂଚନା ଓ ଜନସମ୍ପର୍କ, ଭାଷା ଓ ସଂସ୍କୃତି, ସାଧାରଣ ପ୍ରଶାସନ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ମଧ୍ୟ ରହିଛି। କ୍ରିଷ୍ଣା ଲାଲ ପନୱରଙ୍କୁ ଉନ୍ନୟନ, ପଞ୍ଚାୟତିରାଜ, ଖଣି ଓ ଭୂତତ୍ବ ବିଭାଗ ପ୍ରଦାନ କରାଯାଇଛି। ରାଓ ନରବୀର ସିଂହଙ୍କୁ ଶିଳ୍ପ ଓ ବାଣିଜ୍ୟ, ପରିବେଶ, ଜଙ୍ଗଲ, ବିଦେଶୀ ସହଯୋଗ, ସୈନିକ-ଅର୍ଦ୍ଧ ସୈନିକ ଉନ୍ନୟନ, ଶ୍ରୁତି ଚ‌ୌଧୁରୀଙ୍କୁ ମହିଳା-ଶିଶୁ ବିକାଶ, ଜଳ ସେଚନ ଓ ଜଳସମ୍ପଦ ବିଭାଗ, ଆରତୀ ସିଂହ ରାଓଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ ଗବେଷଣା, ଆୟୁଷ ବିଭାଗ ପ୍ରଦାନ କରାଯାଇଛି। ମହିପାଲ୍‌ ଧନ୍ଦାଙ୍କୁ ସ୍କୁଲ ଶିକ୍ଷା, ଉଚ୍ଚଶିକ୍ଷା, ସଂସଦୀୟ ବ୍ୟାପାର, ବିପୁଳ ଗୋଏଲ୍‌ଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ପୌରାଞ୍ଚଳ ଓ ବେସାମରିକ ଚଳାଚଳ ବିଭାଗ ପ୍ରଦାନ କରାଯାଇଛି।