ନିଜେ ଗଢିପାରନ୍ତି ନିଜ ଅଙ୍ଗ
ଦୁନିଆରେ ଏଭଳି ଅନେକ ଜୀବ ଅଛନ୍ତି ଯେଉଁମାନଙ୍କର ବିଭିନ୍ନ ସ୍ୱତନ୍ତ୍ର ଗୁଣ ରହିଛି । ସେହିଭଳି କିଛି ଜୀବ ଅଛନ୍ତି ଯାହାର ସେଲ® ରିଜେନେରେସନ୍ ବା ନିଜ ଅଙ୍ଗକୁ ନିଜେ ଠିକ୍ କରିବାର ଶକ୍ତି ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ଜୀବଙ୍କ ବିଷୟରେ । ସାର୍କ ବଡି ପାର୍ଟ ରି-ଜେନେରେସନ କଥା ଆସିଲେ ସବୁଠାରୁ ଆଗରେ ରହିବ ସାର୍କ । ବିଶେଷଭାବେ ଏମାନଙ୍କର ଦାନ୍ତର ରିଜେନେରେସନ କ୍ଷୀପ୍ରଗତିରେ ହୋଇଥାଏ । ଏହା ସହିତ ଏହି […]

ଦୁନିଆରେ ଏଭଳି ଅନେକ ଜୀବ ଅଛନ୍ତି ଯେଉଁମାନଙ୍କର ବିଭିନ୍ନ ସ୍ୱତନ୍ତ୍ର ଗୁଣ ରହିଛି । ସେହିଭଳି କିଛି ଜୀବ ଅଛନ୍ତି ଯାହାର ସେଲ® ରିଜେନେରେସନ୍ ବା ନିଜ ଅଙ୍ଗକୁ ନିଜେ ଠିକ୍ କରିବାର ଶକ୍ତି ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି ଜୀବଙ୍କ ବିଷୟରେ ।
ସାର୍କ
ବଡି ପାର୍ଟ ରି-ଜେନେରେସନ କଥା ଆସିଲେ ସବୁଠାରୁ ଆଗରେ ରହିବ ସାର୍କ । ବିଶେଷଭାବେ ଏମାନଙ୍କର ଦାନ୍ତର ରିଜେନେରେସନ କ୍ଷୀପ୍ରଗତିରେ ହୋଇଥାଏ । ଏହା ସହିତ ଏହି ଜୀବର ସାରା ଜୀବନ ଦାନ୍ତ ଉଠିଥାଏ । ଏହା ପଛର କାରଣ ଏବେ ପର୍ଯ୍ୟନ୍ତ ଜଣାନାହିଁ, ଯଦି ବୈଜ୍ଞାନିକ ଏନେଇ ଅଧିକ ଗବେଷଣା କରିବେ ତେବେ ଏହା ଦନ୍ତ ଚିକିତ୍ସା କ୍ଷେତ୍ରରେ ରିଭୋଲେସନ୍ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି ।
ସାଲାମଣ୍ଡେର
ଏହା ଏକ ବିରଳ ଜୀବ ଯାହା ଉଭୟଚର ପ୍ରଜାତିର ଅଟେ । ଦୁନିଆରେ ପାଖାପାଖି ୭୦୦ ପ୍ରଜାତିର ସାଲାମଣ୍ଡେର ପ୍ରଜାତି ରହିଛି । ଏହି ଜୀବମାନଙ୍କର ଛୋଟଛୋଟ ଗୋଡ ସହ ଲାଞ୍ଜ ରହିଥାଏ । ତେବେ କିଛି ପ୍ରଜାତି ଏପରି ରହିଛନ୍ତି, ଯେଉଁମାନଙ୍କର ନିଜ ଲାଞ୍ଜକୁ ମଧ୍ୟ ରିଗ୍ରୋଥ କରିବାର ଶକ୍ତି ରହିଛି । ସେମାନେ ଶିକାରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ନିଜ ଲାଞ୍ଜ କାଟିପକାଇ ଦେଇଥାଆନ୍ତି । ପରେ ଏହା କିଛି ସପ୍ତାହ ମଧ୍ୟରେ ବଢିବାରେ ଲାଗିଥାଏ ।
ଆକ୍ସୋଲୋଟ୍ସ
ଏହା ଏକ ପ୍ରକାର ସାମୁଦ୍ରିକ ଜୀବ ଯେଉଁମାନଙ୍କ ପାଖରେ ଅନେକ ରି-ଜେନେରେସନ ପାୱାର ରହିଛି । ଏମାନେ ଶରୀରର ବିଭିନ୍ନ ଅଙ୍ଗ ଯେପରି ଲିମ୍ଫସ୍, ଚର୍ମ ଭଳି ଅଙ୍ଗକୁ ରି ଗ୍ରୋଥ କରିପାରିବେ । ସେହିଭଳି ଏମାନେ ହେଉଛନ୍ତି ଗୋଟିଏ ଜୀବ ଯେଉଁମାନେ ଅନେକ ବଡି ପାର୍ଟକୁ ରିଗ୍ରୋଥ କରିବାରେ ସକ୍ଷମ ହୋଇଥଆଆନ୍ତି ।