ଦକ୍ଷିଣ ସୁଦାନରେ ହିଂସା, ୫୨ ମୃତ

ନୂଆଦିଲ୍ଲୀ: ସୁଦାନ ଓ ଦକ୍ଷିଣ ସୁଦାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ୫୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ସଂଘର୍ଷରେ ୬୪ଜଣ ଆହତ ହୋଇଛନ୍ତି। ବିବାଦୀୟ ଆବେଇ ଅଞ୍ଚଳର ସୂଚନା ମନ୍ତ୍ରୀ ବୁଲିସ କୋଚ ଏନେଇ ସୂଚନା ଦେଇ କହିଛନ୍ତି , ଦକ୍ଷିଣ ସୁଦାନର ୱାରାପ ରାଜ୍ୟର ଡିଙ୍କା ଗୋଷ୍ଠୀର ସଶସ୍ତ୍ର ଉଗ୍ରବାଦୀମାନେ ଏହି ଆକ୍ରମଣ ଘଟାଇଛନ୍ତି। ସେଠାରେ ମୁତୟନ ଥିବା ମିଳିତ ଜାତିସଂଘର ଶାନ୍ତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ ଆକ୍ରମଣ ସମୟରେ ନିକଟସ୍ଥ ଆଗୋକ ସହରରେ ମଧ୍ୟ ଆକ୍ରମଣ […]

ଦକ୍ଷିଣ ସୁଦାନରେ ହିଂସା, ୫୨ ମୃତ

ନୂଆଦିଲ୍ଲୀ: ସୁଦାନ ଓ ଦକ୍ଷିଣ ସୁଦାନ ମଧ୍ୟରେ ଚାଲିଥିବା ସଂଘର୍ଷରେ ୫୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ସଂଘର୍ଷରେ ୬୪ଜଣ ଆହତ ହୋଇଛନ୍ତି। ବିବାଦୀୟ ଆବେଇ ଅଞ୍ଚଳର ସୂଚନା ମନ୍ତ୍ରୀ ବୁଲିସ କୋଚ ଏନେଇ ସୂଚନା ଦେଇ କହିଛନ୍ତି , ଦକ୍ଷିଣ ସୁଦାନର ୱାରାପ ରାଜ୍ୟର ଡିଙ୍କା ଗୋଷ୍ଠୀର ସଶସ୍ତ୍ର ଉଗ୍ରବାଦୀମାନେ ଏହି ଆକ୍ରମଣ ଘଟାଇଛନ୍ତି। ସେଠାରେ ମୁତୟନ ଥିବା ମିଳିତ ଜାତିସଂଘର ଶାନ୍ତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ଯେ ଆକ୍ରମଣ ସମୟରେ ନିକଟସ୍ଥ ଆଗୋକ ସହରରେ ମଧ୍ୟ ଆକ୍ରମଣ ହୋଇଥିଲା। ଏଥିରେ କେତେକ ଶାନ୍ତି ରକ୍ଷାକାରୀ ଯବାନଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ଦୃଷ୍ଟିରେ ସମଗ୍ର ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।