ସୋମା ସେନ୍ଙ୍କୁ ସୁପ୍ରିମକୋର୍ଟ ଜାମିନ
ନୂଆଦିଲ୍ଲୀ,୬ା୪: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ଅଭିଯୁକ୍ତ ମହିଳା ଅଧିକାର କର୍ମୀ ସୋମାକାନ୍ତି ସେନ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଇଂଲିଶ ପ୍ରଫେସର ସୋମାଙ୍କୁ ୨୦୧୮ ଜୁନ୍ ୬ରେ ଗିରଫ କରାଯାଇଥିଲା। ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ସହ ସ୍ବତନ୍ତ୍ର କୋର୍ଟଙ୍କ ଅନୁମତି ବିନା ସେ ମହାରାଷ୍ଟ୍ର ବାହାରକୁ ଯାଇପାରିବେ ନାହିଁ ବୋଲି କହିଛନ୍ତି। ଜାମିନ ସମୟରେ ସୋମା କେଉଁଠି ରହିବେ, ତାହା […] The post ସୋମା ସେନ୍ଙ୍କୁ ସୁପ୍ରିମକୋର୍ଟ ଜାମିନ appeared first on Dharitri Odia News.
ନୂଆଦିଲ୍ଲୀ,୬ା୪: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ଅଭିଯୁକ୍ତ ମହିଳା ଅଧିକାର କର୍ମୀ ସୋମାକାନ୍ତି ସେନ୍ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଇଂଲିଶ ପ୍ରଫେସର ସୋମାଙ୍କୁ ୨୦୧୮ ଜୁନ୍ ୬ରେ ଗିରଫ କରାଯାଇଥିଲା। ଜଷ୍ଟିସ୍ ଅନିରୁଦ୍ଧ ବୋଷ ଏବଂ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ତାଙ୍କୁ ଜାମିନ ପ୍ରଦାନ ଲାଗି ନିର୍ଦ୍ଦେଶ ଦେବା ସହ ସ୍ବତନ୍ତ୍ର କୋର୍ଟଙ୍କ ଅନୁମତି ବିନା ସେ ମହାରାଷ୍ଟ୍ର ବାହାରକୁ ଯାଇପାରିବେ ନାହିଁ ବୋଲି କହିଛନ୍ତି। ଜାମିନ ସମୟରେ ସୋମା କେଉଁଠି ରହିବେ, ତାହା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ତଦନ୍ତ ଅଧିକାରୀଙ୍କୁ ଜଣାଇବେ। ଏହା ସହିତ ସେ ତାଙ୍କ ମୋବାଇଲ ଫୋନ୍ର ଜିପିଏସ୍କୁ ସବୁବେଳେ ଆକ୍ଟିଭ୍ ରଖିବେ। ସୂଚନାଯୋଗ୍ୟ ୨୦୧୭ ଡିସେମ୍ବର ୩୧ରେ ଏଲ୍ଗାର ପରିଷଦ ସମ୍ମିଳନୀରେ ଶୋମା ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ, ଯାହାକୁ ନେଇ ତା’ ପରଦିନ କୋରେଗାଁଓ-ଭୀମା ଯୁଦ୍ଧ ସ୍ମାରକୀ ସ୍ଥଳ ନିକଟରେ ହିଂସାକାଣ୍ଡ ଘଟିଥିଲା ବୋଲି ପୋଲିସ ଅଭିଯୋଗ କରିଥିଲା। ଏଲ୍ଗାର ପରିଷଦ ସମ୍ମିଳନୀ ପଛରେ ମାଓବାଦୀଙ୍କ ସମର୍ଥନ ରହିଥିବା ପୁଣେ ପୋଲିସ ଦାବି କରିଥିଲା।
The post ସୋମା ସେନ୍ଙ୍କୁ ସୁପ୍ରିମକୋର୍ଟ ଜାମିନ appeared first on Dharitri Odia News.