ଜେଲରୁ ବାହାରିଲେ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ, ପୁଣି ହେବ ବଡ଼ ଆନ୍ଦୋଳନ! କହିଲେ…
ଭୁବନେଶ୍ୱର,୨୪।୭: ଡ୍ରାଇଭର ଆନ୍ଦୋଳନ ସମୟରେ ୧୩ ତାରିଖରେ ଗିରଫ ହୋଇ ଜେଲ ଯାଇଥିବା ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଜେଲରୁ ବାହାରିଛନ୍ତି। ତେବେ ଓଡ଼ିଶା ଡ୍ରାଇଭର ସଂଘ ଆଦିତ୍ୟ ବେହେରାଙ୍କୁ ଜବରଦସ୍ତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛି। ଏହି ସମୟରେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ । ୭ ଦଫା ଦାବିରେ ଡ୍ରାଇଭର ମହାସଙ୍ଘ ରାଜ୍ୟ ବ୍ୟାପି ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଥିଲା। ବିଶୃଙ୍ଖଳା ସୃଷ୍ଟି କରିବା […] The post ଜେଲରୁ ବାହାରିଲେ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ, ପୁଣି ହେବ ବଡ଼ ଆନ୍ଦୋଳନ! କହିଲେ… appeared first on Dharitri Odia News.
ଭୁବନେଶ୍ୱର,୨୪।୭: ଡ୍ରାଇଭର ଆନ୍ଦୋଳନ ସମୟରେ ୧୩ ତାରିଖରେ ଗିରଫ ହୋଇ ଜେଲ ଯାଇଥିବା ଡ୍ରାଇଭର ସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଜେଲରୁ ବାହାରିଛନ୍ତି। ତେବେ ଓଡ଼ିଶା ଡ୍ରାଇଭର ସଂଘ ଆଦିତ୍ୟ ବେହେରାଙ୍କୁ ଜବରଦସ୍ତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛି। ଏହି ସମୟରେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।
୭ ଦଫା ଦାବିରେ ଡ୍ରାଇଭର ମହାସଙ୍ଘ ରାଜ୍ୟ ବ୍ୟାପି ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ଓହ୍ଲାଇଥିଲା। ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ରାଜ୍ୟ ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ପୋଲିସ ଗିରଫ କରିଥିଲା । ଡ୍ରାଇଭରମାନେ ଧର୍ମଘଟ ଆଳରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା କରୁଛନ୍ତି ଏବଂ ଅନ୍ୟ ଡ୍ରାଇଭରମାନଙ୍କୁ ମାରଧର ଏବଂ ଧମକାଉଛନ୍ତି ବୋଲି ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା ମିନିଟ୍ରକ ମାଲିକ ସଂଘ। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ, ସରକାର ସଂଘର ଦାବି ନଶୁଣିଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।
The post ଜେଲରୁ ବାହାରିଲେ ଡ୍ରାଇଭର ସଂଘ କୋଷାଧ୍ୟକ୍ଷ, ପୁଣି ହେବ ବଡ଼ ଆନ୍ଦୋଳନ! କହିଲେ… appeared first on Dharitri Odia News.