ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ମଙ୍ଗଳବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ। ଆସନ୍ତା ୧୨ ତାରିଖରେ ଆବେଦନ ଶେଷ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିବେ। ୨୦ ତାରିଖରେ ଆଡମିଟ୍ କାର୍ଡ ମିଳିବ। ଆସନ୍ତା ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ଓ ଜୁଲାଇ ୧୫ରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) […] The post ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ appeared first on Dharitri Odia News.
ଭୁବନେଶ୍ୱର,୧୧ା୬(ଅସମାପିକା ସାହୁ):ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ମଙ୍ଗଳବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ। ଆସନ୍ତା ୧୨ ତାରିଖରେ ଆବେଦନ ଶେଷ ହେବାକୁ ଥିବାବେଳେ ୧୩ ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିବେ। ୨୦ ତାରିଖରେ ଆଡମିଟ୍ କାର୍ଡ ମିଳିବ। ଆସନ୍ତା ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ଓ ଜୁଲାଇ ୧୫ରେ ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ଇନ୍ଷ୍ଟାଣ୍ଟ ପରୀକ୍ଷାରେ ପ୍ରାୟ ୧୫ଶହ ଛାତ୍ରୀଛାତ୍ର ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଏହି ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଫର୍ମପୂରଣ ଗତ ୧ରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହୋଇଥିବାବେଳେ ପରିଷଦ ଦ୍ୱିତୀୟ ସୁଯୋଗ ଦେଇଥିଲା। ଯେଉଁ ଛାତ୍ରୀଛାତ୍ର ଏଗ୍ରିଗେଟ୍ ମାର୍କ ରଖି ସମସ୍ତ ବିଷୟରେ ପାସ୍ ହୋଇ କେବଳ ଗୋଟିଏ ବିଷୟରେ ଫେଲ୍ ହୋଇଥିବେ ସେମାନେ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବେ।
The post ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ appeared first on Dharitri Odia News.