ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର (କେନ୍ୟୁଜ୍) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଏହି ମହାନ୍ ବ୍ୟକ୍ତିଙ୍କୁ ଝୁରୁଛି ଓଡ଼ିଶା । କାରଣ ଓଡ଼ିଶା ସହ ତାଙ୍କର ଦୀର୍ଘ ବର୍ଷର ସମ୍ପର୍କ ରହିଛି । ପ୍ରତ୍ୟକ୍ଷ ହେଉ ବା ପରୋକ୍ଷେରେ ତାଙ୍କ ସମ୍ପର୍କ ଭୁଲି ହେବ ନାହିଁ । ସେଥିପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଚାଲିଥିବା ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ […] The post ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି appeared first on KNews Odisha.

ଭୁବନେଶ୍ୱର (କେନ୍ୟୁଜ୍) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି। ଶନିବାର ଭୋର ସମୟରେ ହାଇଦ୍ରାବାଦଠାରେ ତାଙ୍କର ପରଲୋକ ହୋଇଛି। ଏହି ମହାନ୍ ବ୍ୟକ୍ତିଙ୍କୁ ଝୁରୁଛି ଓଡ଼ିଶା । କାରଣ ଓଡ଼ିଶା ସହ ତାଙ୍କର ଦୀର୍ଘ ବର୍ଷର ସମ୍ପର୍କ ରହିଛି । ପ୍ରତ୍ୟକ୍ଷ ହେଉ ବା ପରୋକ୍ଷେରେ ତାଙ୍କ ସମ୍ପର୍କ ଭୁଲି ହେବ ନାହିଁ । ସେଥିପାଇଁ ଭୁବନେଶ୍ୱର ଜୟଦେବ ଭବନଠାରେ ଚାଲିଥିବା ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ ମଞ୍ଚରେ ରାମୋଜୀ ରାଓଙ୍କୁ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
ଏହି ଅବସରରେ ଫିଲ୍ମ ଉତ୍ସବର ଆୟୋଜକ ଏବଂ ଉପସ୍ଥିତ ଦର୍ଶକମାନେ ୧ ମିନିଟ ନିରବ ପ୍ରାର୍ଥନା କରି ଅମର ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭାରତୀୟ ସିନେମା ଓ ଗଣମାଧ୍ୟମ ସହିତ ଓଡ଼ିଆ ମନୋରଞ୍ଜନ ଓ ନ୍ୟୁଜ୍ ମିଡିଆ ଜଗତ ପ୍ରତି ରାମୋଜୀ ରାଓଙ୍କର ବିଶେଷ ଅବଦାନକୁ ସ୍ମରଣ କରାଯାଇଥିଲା।
ଶ୍ରଦ୍ଧାଞ୍ଜଳି ପ୍ରଦାନ ବେଳେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ଆୟୋଜକମାନଙ୍କ ମଧ୍ୟରୁ ବଲିଉଡର ସାଉଣ୍ଡ ଡିଜାଇନର ସୁବାସ ସାହୁ, ବରିଷ୍ଠ ସିନେ ସାମ୍ବାଦିକ ଅଶୋକ ପାଲିତ, ଓଡ଼ିଶା ଲାଇଭର ସମ୍ପାଦକ ନୀଳାମ୍ବର ରଥ ଏବଂ ଯୁବ ଫିଲ୍ମ ନିର୍ମାତା ସୁରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ରାମୋଜୀ ରାଓ ଈନାଡୁ, ଈଟିଭି ଏବଂ ଈଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ଥିଲେ। ସେ ଭାରତୀୟ ସିନେମା ଜଗତର ଜଣେ ପରିଚିତ ନିର୍ମାତା ଓ ପ୍ରଯୋଜକ ଥିଲେ। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସେ ଅନେକ ସୁପର ହିଟ୍ ସିନେମା ମଧ୍ୟ ନିର୍ମାଣ କରିଛନ୍ତି। ବିଶେଷ କରି, ରାମୋଜୀ ଫିଲ୍ମ ସିଟି ଭଳି ଦେଶର ଏକ ଅଭିନବ ଫିଲ୍ମ ଷ୍ଟୁଡିଓ ଏବଂ ଆଧୁନିକ ପର୍ଯ୍ୟଟନ ସ୍ଥଳ ପ୍ରତିଷ୍ଠା କରି ନୋରଞ୍ଜନ ଓ ପର୍ଯ୍ୟଟନ ଦୁନିଆକୁ ଏକ ବଡ଼ ଭେଟି ଦେଇଥିଲେ।
ଭାରତୀୟ ନ୍ୟୁଜ ମିଡିଆରେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ ରାମୋଜୀ ରାଓ। ତେଲୁଗୁ ଭାଷାରେ ସେ ଈନାଡୁ ଭଳି ଏକ ବହୁ ସଂସ୍କରଣ ବିଶିଷ୍ଟ ପ୍ରଭାବଶାଳୀ ଖବରକାଗଜ ଠିଆ କରିଥିଲେ। ପରବର୍ତ୍ତୀ ସମୟରେ ଈନାଡୁ ନେଟୱର୍କ ଅଧୀନରେ ବିଭିନ୍ନ ଭାରତୀୟ ଭାଷାରେ ଟେଲିଭିଜନ ଚ୍ୟାନେଲ ଖୋଲି ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ। ସେହିପରି ଈଟିଭି ଭାରତ ବ୍ୟାନରରେ ସେ ବହୁଭାଷୀ ଡିଜିଟାଲ ପ୍ଲାଟଫର୍ମ ପ୍ରତିଷ୍ଠା କରିଥିଲେ।
ଓଡ଼ିଶାର ଗଣମାଧ୍ୟମ ବିଶେଷକରି, ମନୋରଞ୍ଜନ ଏବଂ ନ୍ୟୁଜ ମିଡିଆ ଉଭୟର ପ୍ରସାର କ୍ଷେତ୍ରରେ ରାମୋଜୀ ରାଓଙ୍କ ଭୂମିକା ସ୍ମରଣୀୟ। ସେ ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ପ୍ରଥମ ଓଡ଼ିଆ ୨୪ ଘଣ୍ଟିଆ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଆରମ୍ଭ କରିଥିଲେ। ଈଟିଭି ଓଡ଼ିଆ ତିଆରି କରିଥିବା ଶହ ଶହ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ନିସିଆନ, ଆଙ୍କର ଏବଂ ସାମ୍ବାଦିକ ଆଜି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟ ପରିସରକୁ ସମୃଦ୍ଧ କରୁଛନ୍ତି।
The post ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି appeared first on KNews Odisha.