ଚକ୍ଲେଟ୍ ଦେଇ ନାବାଳିକାଙ୍କକୁ କରିଥିଲେ ବଳାତ୍କାର, ପରେ….
ଯାଜପୁର ଟାଉନ,୧୪।୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଜିତ୍ ପଲାଇ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟରେ ୩୧ ମାସ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି। ଏଥିସହିତ ୭ଲକ୍ଷ ଟଙ୍କା ପୀଡିତାକୁ ସହାୟତା […] The post ଚକ୍ଲେଟ୍ ଦେଇ ନାବାଳିକାଙ୍କକୁ କରିଥିଲେ ବଳାତ୍କାର, ପରେ…. appeared first on Dharitri Odia News.
ଯାଜପୁର ଟାଉନ,୧୪।୨(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଅଭିଜିତ୍ ପଲାଇ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟରେ ୩୧ ମାସ ଜେଲ୍ ଦଣ୍ଡାଦେଶ ଭୋଗିବାକୁ ରାୟରେ ପ୍ରକାଶ କରିଛନ୍ତି। ଏଥିସହିତ ୭ଲକ୍ଷ ଟଙ୍କା ପୀଡିତାକୁ ସହାୟତା ପ୍ରଦାନ ପାଇଁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, କୁଆଖିଆ ଥାନା ଅଞ୍ଚଳର ସମ୍ପୃକ୍ତ ୮ମ ଶ୍ରେଣୀର ଛାତ୍ରୀ ୨୦୨୨ ଜୁଲାଇ ୧୨ରେ ସ୍କୁଲକୁ ଯାଇ ଆଉ ଫେରି ନ ଥିଲେ। ଘର ଲୋକେ ଝିଅକୁ ଖୋଜାଖୋଜି କରି ନିରାଶ ହେବାପରେ ୧୩ ତାରିଖରେ ଥାନାରେ ନିଖୋଜ ଏତଲା ଦାଏର କରିଥିଲେ। ଥାନା ଅଧିକାରୀ ଏକ ମାମଲା ନଂ.୨୨୯/୨୨ରୁଜୁ କରି ତଦନ୍ତ ଜାରି ରଖିଥିଲେ। ୨୫ା୦୭ା୨୦୨୨ରେ ପୋଲିସ ଭୁବନେଶ୍ୱର ରେଳ ଷ୍ଟେଶନ୍ରୁ କୁଆଖିଆ ଥାନା ଭୋଟକା ଗ୍ରାମର ଦେବାଶିଷ ବେହେରାଙ୍କ ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ପରେ ଅଭିଯୁକ୍ତ ଦେବାଶିଷଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ନାବାଳିକା ସ୍କୁଲରୁ ଫେରୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଚକ୍ଲେଟ୍ ଦେଇ ଗୋକର୍ଣ୍ଣେଶ୍ୱର ମନ୍ଦିରକୁ ନେଇଯାଇଥିଲେ। ସେଠାରୁ ତାଙ୍କୁ ତାମିଲନାଡୁ ନେଇଯାଇ ଜଣେ ସାଙ୍ଗ ଘରେ ରଖି ବଳାତ୍କାର କରିଥିବା ନାବାଳିକା ପୋଲିସ ଆଗରେ ପ୍ରକାଶ କରିଥିଲେ। ସେହି ଆଧରରେ ପୋଲିସ ତଦନ୍ତ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରାଜୀବ ମହାନ୍ତି ମାମଲା ପରିଚାଳନା କରୁଥିଲେ।
The post ଚକ୍ଲେଟ୍ ଦେଇ ନାବାଳିକାଙ୍କକୁ କରିଥିଲେ ବଳାତ୍କାର, ପରେ…. appeared first on Dharitri Odia News.