ଯୋଗୀ ସରକାରଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୭: ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କାଉଡି ଯାତ୍ରା ରୁଟ୍‌ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏହା ସହିତ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏହାର ଜବାବ ଦେବା ପାଇଁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ। ୟୁପି ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ […] The post ଯୋଗୀ ସରକାରଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ appeared first on Dharitri Odia News.

ଯୋଗୀ ସରକାରଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୭: ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କାଉଡି ଯାତ୍ରା ରୁଟ୍‌ ଦେଇ ପଡିଥିବା ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ଯୋଗୀ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉପରେ କୋର୍ଟ ରୋକ ଲଗାଇଛନ୍ତି। ଏହା ସହିତ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ଏହାର ଜବାବ ଦେବା ପାଇଁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ।
ୟୁପି ସରକାରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି,ବର୍ତ୍ତମାନ ଏହି ନିଷ୍ପତ୍ତି ଦୁଇଟି ରାଜ୍ୟରେ ନିଆଯାଇଛି। ଆଉ ୨ଟି ରାଜ୍ୟ ଏହା କରିବାକୁ ଯାଉଛନ୍ତି। ଏହାଦ୍ୱାରା ସଂଖ୍ୟାଲଘୁ ଏବଂ ଦଳିତମାନଙ୍କ ମଧ୍ୟରେ ଭିନ୍ନତା ସୃଷ୍ଟି କରୁଛି। ଏହା କରିବାର କୌଣସି ଆଇନଗତ ଅଧିକାର ନାହିଁ।

The post ଯୋଗୀ ସରକାରଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ appeared first on Dharitri Odia News.