ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଲୋହିତ ସାଗର ସଙ୍କଟ ଯୋଗୁ ବର୍ତ୍ତମାନ ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଶିପିଂ କଣ୍ଟେନରର ଅଭାବ କାରଣରୁ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ମାଲ ପରିବହନ ଶୁଳ୍କ ବୃଦ୍ଧି ହେତୁ ଆଇଟି ହାର୍ଡୱେର୍‌, ଟିଭି, ୱାଶିଂ ମେଶିନ ଏବଂ ଏସି ଆଦି ବୈଦ୍ୟୁତିକ ସାମଗ୍ରୀ ମୂଲ୍ୟ ବୃଦ୍ଧିର ସମ୍ଭାବନା ପ୍ରକାଶ ପାଇଛି। ଏହା ଭାରତୀୟ ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି ଅର୍ଥନୀତି ବିଶେଷଜ୍ଞଙ୍କ ମତ ପ୍ରକାଶ ରହିଛି। ବିଶେଷଜ୍ଞଙ୍କ ସୂଚନାନୁଯାୟୀ, ଗତ […] The post ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା appeared first on Dharitri Odia News.

ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା

ଭୁବନେଶ୍ୱର,୨୫।୫ (ଅନୁରାଧା ମହାରଣା): ଲୋହିତ ସାଗର ସଙ୍କଟ ଯୋଗୁ ବର୍ତ୍ତମାନ ଏହାର ପ୍ରଭାବ ବ୍ୟବସାୟ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଶିପିଂ କଣ୍ଟେନରର ଅଭାବ କାରଣରୁ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ମାଲ ପରିବହନ ଶୁଳ୍କ ବୃଦ୍ଧି ହେତୁ ଆଇଟି ହାର୍ଡୱେର୍‌, ଟିଭି, ୱାଶିଂ ମେଶିନ ଏବଂ ଏସି ଆଦି ବୈଦ୍ୟୁତିକ ସାମଗ୍ରୀ ମୂଲ୍ୟ ବୃଦ୍ଧିର ସମ୍ଭାବନା ପ୍ରକାଶ ପାଇଛି। ଏହା ଭାରତୀୟ ଗ୍ରାହକଙ୍କୁ ପ୍ରଭାବିତ କରିବ ବୋଲି ଅର୍ଥନୀତି ବିଶେଷଜ୍ଞଙ୍କ ମତ ପ୍ରକାଶ ରହିଛି। ବିଶେଷଜ୍ଞଙ୍କ ସୂଚନାନୁଯାୟୀ, ଗତ ୨ ମାସ ମଧ୍ୟରେ କେତେକ ସ୍ଥାନରେ ମାଲ ପରିବହନ ପ୍ରାୟ ୪ଗୁଣ ବୃଦ୍ଧି ପାଇଛି। ଏହାପୂର୍ବରୁ ଜାହାଜଗୁଡ଼ିକ ଆମେରିକା ଏବଂ ୟୁରୋପରେ ପହଞ୍ଚିବା ପାଇଁ ସୁଏଜ୍‌ କେନାଲ ମାର୍ଗ ଆପଣେଇଥିଲେ। ବର୍ତ୍ତମାନ ସଙ୍କଟରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ ପ୍ରାୟ ୮୫୦୦ କି.ମି. ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଏହି ମାର୍ଗ ପ୍ରାୟ ୩୩୦ ବଡ଼ ଜାହାଜ ଦ୍ୱାରା ଗ୍ରହଣ କରାଯାଇଛି। ଏଥିରେ ପ୍ରାୟ ୧୨ ହଜାର କଣ୍ଟେନର ଲୋଡ୍‌ ହୋଇଛି। ଏହି କାରଣରୁ ମେ ମାସରୁ ଚାଇନା ବନ୍ଦରରେ ଜାହାଜର ଅଭାବ ଦେଖାଦେଇଛି। ଏହା ବ୍ୟତୀତ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ଉତ୍ପାଦନ ପଦ୍ଧତିକୁ ପରିବର୍ତ୍ତନ କରିବାକୁ ପଡୁଛି। ଏହି କ୍ରମରେ ବଡ଼ ବଡ଼ ବୈଦ୍ୟୁତିକ ସାମଗ୍ରୀର ମୂଲ୍ୟର ଲଜିଷ୍ଟିକ୍‌ ମୂଲ୍ୟ ପ୍ରାୟ ୨ ରୁ ୩ ପ୍ରତିଶତ ରହୁଥିବାବେଳେ ଯଦି ସମାନ ପରିସ୍ଥିତି ଜାରି ରହେ ତେବେ ଗ୍ରାହକଙ୍କଠାରୁ ଏହି ମୂଲ୍ୟ ଆଦାୟ କରାଯିବ ବୋଲି ଆଶଙ୍କା କରାଯାଉଛି। ଏହା ବ୍ୟତୀତ ଏକ ଜାହାଜ ଦ୍ୱାରା ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ସମୟ ମଧ୍ୟ ୩୫ ରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଲୋହିତ ସାଗର ସଙ୍କଟ ଯୋଗୁ ସମଗ୍ର ବିଶ୍ୱରେ ୨୦ ଏବଂ ୪୦ ଫୁଟ ବିଶିଷ୍ଟ କଣ୍ଟେନରର ମୂଲ୍ୟ ବୃଦ୍ଧି ପାଇଛି। କମ୍ପାନୀଗୁଡ଼ିକ ସେମାନଙ୍କ ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇବା ପାଇଁ ୨୦ ଫୁଟ କଣ୍ଟେନରଙ୍କୁ ବାଛୁଛନ୍ତି।
ତେବେ ସୁଏଜ୍‌ କେନାଲ ମାଧ୍ୟମରେ ବାଣିଜ୍ୟ ଆରମ୍ଭ ହେବା ପରେ ହିଁ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କଣ୍ଟେନରଗୁଡ଼ିକର ମୂଲ୍ୟ ୨୪୦୦ରୁ ୨୯୦୦ ଡଲାରରେ ପହଞ୍ଚିଛି । ଲୋହିତ ସାଗର ସଙ୍କଟ ପୂର୍ବରୁ ଏହା ୮୫୦ ରୁ ୧୦୦୦ ଡଲାର ଥିଲା। ତେବେ ଏହି ପରିସ୍ଥିତି ଯୋଗୁ ମୋବାଇଲ ଫୋନ୍‌ର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହାର ପାର୍ଟସ୍‌ଗୁଡ଼ିକ ହାଲୁକା ଏବଂ ସୂକ୍ଷ୍ମ। ସେଗୁଡିକ ଆକାଶମାର୍ଗରେ ପରିବହନ କରାଯାଉଥିବାରୁ ଏହାର ମୂଲ୍ୟ ବଢ଼ି ନ ପାରେ ବୋଲି କୁହାଯାଉଛି।

The post ବୈଦ୍ୟୁତିକ ସାମଗ୍ରୀର ଦର ବୃଦ୍ଧି ଆଶଙ୍କା appeared first on Dharitri Odia News.