ହାର୍ଟ ସୁସ୍ଥ ରହିବା ପାଇଁ…
ହୃତ୍ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଏହାକୁ ସୁସ୍ଥ ରଖିବାର ସରଳ ତଥା ସହଜ ଉପାୟ ଆମର ହାତ ପାଆନ୍ତାରେ ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖନ୍ତି, ତେବେ ହାର୍ଟ ଅନେକାଂଶରେ ସୁସ୍ଥ ରହିଥାଏ। ‘ସୁସ୍ଥ ମାନସିକତା ଏବଂ […] The post ହାର୍ଟ ସୁସ୍ଥ ରହିବା ପାଇଁ… appeared first on Dharitri Odia News.
ହୃତ୍ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ। ଏହାକୁ ସୁସ୍ଥ ରଖିବାର ସରଳ ତଥା ସହଜ ଉପାୟ ଆମର ହାତ ପାଆନ୍ତାରେ ରହିଛି। ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖନ୍ତି, ତେବେ ହାର୍ଟ ଅନେକାଂଶରେ ସୁସ୍ଥ ରହିଥାଏ। ‘ସୁସ୍ଥ ମାନସିକତା ଏବଂ ହାର୍ଟ’ ଶୀର୍ଷକ ବିଷୟକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ତା’ସହ ନିୟମିତ ସମୟ ବ୍ୟବଧାନରେ ଏହାର ପ୍ରଭାବ ସେମାନଙ୍କର ହାର୍ଟ ଉପରେ କିପରି ପଡୁଛି ତାହାକୁ ଅନୁଧ୍ୟାନ କରି ସେମାନେ ଏକଥା ଜାଣିପାରିଥିଲେ। ଅଧିକାଂଶ ସମୟ ନିଜର ମାନସିକତାକୁ ସକରାତ୍ମକ ରଖିବା ଫଳରେ ସେମାନଙ୍କର ହାର୍ଟ ଅନେକାଂଶରେ ସୁସ୍ଥ ରହୁଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।
The post ହାର୍ଟ ସୁସ୍ଥ ରହିବା ପାଇଁ… appeared first on Dharitri Odia News.