ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର କୋପେନହାଗନରେ। ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗତ ବୁଧବାର ସ୍କାଣ୍ଡେନାଭିଆନର ଏକ ବିମାନ ଓସଲୋରୁ ମାଲେଗା ଅଭିଖେ ଯାଉଥିଲା। ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ ଖୋଲିବା ବେଳେ ସେଥିରୁ ଏକ […] The post ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌… appeared first on Dharitri Odia News.

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର କୋପେନହାଗନରେ। ଏଭଳି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଗତ ବୁଧବାର ସ୍କାଣ୍ଡେନାଭିଆନର ଏକ ବିମାନ ଓସଲୋରୁ ମାଲେଗା ଅଭିଖେ ଯାଉଥିଲା। ଫ୍ଲାଇଟରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା। ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ ଖୋଲିବା ବେଳେ ସେଥିରୁ ଏକ ଜୀବନ୍ତ ମୂଷା ବାହାରିଥିଲା। ଏହାକୁ ନେଇ ବିମାନରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ଡେନମାର୍କର କୋପେନହାଗନରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।

କିଛି ସମୟର ବିରତି ପରେ ବିମାନ ପୁଣି ନିଜ ଗନ୍ତବ୍ୟ ସ୍ଚଳକୁ ନିଆଯାଇଥିଲା। ଘଟଣାକୁ SAS ବିମାନ କର୍ତ୍ତୃପକ୍ଷ ଗୁରୁତର ସହ ନେଇଛନ୍ତି। ଯେଉଁ ସଂସ୍ଥା ବିମାନକୁ ଖାଦ୍ୟ ଯୋଗାଇଥିଲା ତାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଖାଦ୍ୟ ଯୋଗାଣ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିମାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

The post ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌… appeared first on Dharitri Odia News.