ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ, କେପି ଓଲି ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଙ୍କ ସରକାର ସଂସଦରେ ଶକ୍ତି ପରୀକ୍ଷାରେ ହାରି ଯାଇଛନ୍ତି। ବର୍ତ୍ତମାନ ତାଙ୍କର ୧୯ ମାସର ସରକାରର ପତନ ଘଟିଛି। ଏବେ ତାଙ୍କୁ ଇସ୍ତଫା ଦେବାକୁ ପଡିବ। ଖବର ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ସିପିଏନ୍-ୟୁଏମ୍ଏଲ୍ ମିଳିତ ମଞ୍ଚ ସରକାରଙ୍କଠାରୁସମର୍ଥନ ପ୍ରତ୍ୟାହାର କରିବା ପରେ ପ୍ରଚଣ୍ଡ ଏକ ବିଶ୍ବାସ ଭୋଟ୍‌ର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲେ। କମ୍ୟୁନିଷ୍ଟ ପାର୍ଟି ନେତା କେ.ପି ଓଲି ନୂତନ […]

ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ, କେପି ଓଲି ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
Untitled 1 29

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଙ୍କ ସରକାର ସଂସଦରେ ଶକ୍ତି ପରୀକ୍ଷାରେ ହାରି ଯାଇଛନ୍ତି। ବର୍ତ୍ତମାନ ତାଙ୍କର ୧୯ ମାସର ସରକାରର ପତନ ଘଟିଛି। ଏବେ ତାଙ୍କୁ ଇସ୍ତଫା ଦେବାକୁ ପଡିବ।

ଖବର ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱରେ ସିପିଏନ୍-ୟୁଏମ୍ଏଲ୍ ମିଳିତ ମଞ୍ଚ ସରକାରଙ୍କଠାରୁସମର୍ଥନ ପ୍ରତ୍ୟାହାର କରିବା ପରେ ପ୍ରଚଣ୍ଡ ଏକ ବିଶ୍ବାସ ଭୋଟ୍‌ର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲେ। କମ୍ୟୁନିଷ୍ଟ ପାର୍ଟି ନେତା କେ.ପି ଓଲି ନୂତନ ପ୍ରଧାନମନ୍ତ୍ରୀ ହେବେ ବୋଲି କୁହାଯାଉଛି। ୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ଦେଢ଼ ବର୍ଷ ମଧ୍ୟରେ ପ୍ରଚଣ୍ଡଙ୍କ ପାଇଁ ଏହା ହେଉଛି ପଞ୍ଚମ ବିଶ୍ବାସ ଭୋଟ୍। ବିଶ୍ବାସ ଭୋଟ୍ ପାଇବା ପାଇଁ ତାଙ୍କୁ ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ ଅତି କମରେ ୧୩୮ଭୋଟ୍‌ର ଆବଶ୍ୟକତା ଥିଲା। କିନ୍ତୁ ଏହା ହୋଇପାରିଲା ନାହିଁ।