ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ବ୍ୟାଟେରି ଷ୍ଟୋରେଜ କମ୍ପାନୀ ଇକ୍ୟୁ ଏନର୍ଜି ବିଶ୍ୱସ୍ତରରେ ଏହାର ଶକ୍ତି ସଂରକ୍ଷଣ କ୍ଷମତାକୁ ୨୦୨୮ ସୁଦ୍ଧା ୧.୩ ଜିଡବ୍ଲ୍ୟଏଚ୍‌ରୁ ୯ ଜିଡବ୍ଲ୍ୟଏଚ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଇକ୍ୟୁ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ କେଣ୍ଟାରୋ ଓନୋ ସୂଚନା ଦେଇଛନ୍ତି। ଇକ୍ୟୁ ଏନର୍ଜି ମିଳିତ ଭାବରେ ମାକେୟାର ଗ୍ରୁପର ଗ୍ରୀନ୍‌ ଇନଭେଷ୍ଟମେଣ୍ଟ ଫଣ୍ଡ୍‌ ଏବଂ କାନାଡିଆନ ପେନସନ୍‌ ଫଣ୍ଡ୍‌ ବ୍ରିଟିଶ କଲମ୍ବିଆ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଖୋଲିଛି। ଜାପାନରେ ୩୦ଏମ୍‌ଡବ୍ଲ୍ୟୁ/ ୧୨୦ଏମ୍‌ଡବ୍ଲ୍ୟୁ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା […] The post ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି appeared first on Dharitri Odia News.

ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି

ଭୁବନେଶ୍ୱର,୧୨।୬(ଅନୁରାଧା ମହାରଣା): ବ୍ୟାଟେରି ଷ୍ଟୋରେଜ କମ୍ପାନୀ ଇକ୍ୟୁ ଏନର୍ଜି ବିଶ୍ୱସ୍ତରରେ ଏହାର ଶକ୍ତି ସଂରକ୍ଷଣ କ୍ଷମତାକୁ ୨୦୨୮ ସୁଦ୍ଧା ୧.୩ ଜିଡବ୍ଲ୍ୟଏଚ୍‌ରୁ ୯ ଜିଡବ୍ଲ୍ୟଏଚ୍‌କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଇକ୍ୟୁ ଏନର୍ଜିର ପରିଚାଳନା ନିର୍ଦ୍ଦେଶକ କେଣ୍ଟାରୋ ଓନୋ ସୂଚନା ଦେଇଛନ୍ତି। ଇକ୍ୟୁ ଏନର୍ଜି ମିଳିତ ଭାବରେ ମାକେୟାର ଗ୍ରୁପର ଗ୍ରୀନ୍‌ ଇନଭେଷ୍ଟମେଣ୍ଟ ଫଣ୍ଡ୍‌ ଏବଂ କାନାଡିଆନ ପେନସନ୍‌ ଫଣ୍ଡ୍‌ ବ୍ରିଟିଶ କଲମ୍ବିଆ ଇନ୍‌ଭେଷ୍ଟମେଣ୍ଟ ମ୍ୟାନେଜମେଣ୍ଟ ଖୋଲିଛି। ଜାପାନରେ ୩୦ଏମ୍‌ଡବ୍ଲ୍ୟୁ/ ୧୨୦ଏମ୍‌ଡବ୍ଲ୍ୟୁ ବ୍ୟାଟେରି ଶକ୍ତି ସଂରକ୍ଷଣ ବ୍ୟବସ୍ଥା ନିର୍ମାଣ ଲକ୍ଷ୍ୟରେ ଏହାର ପ୍ରଥମ ପ୍ରକଳ୍ପ ଦକ୍ଷିଣ କ୍ୟୁସୁ ଦ୍ୱୀପରେ ମିୟାଜାକି ପ୍ରିଫେକ୍ଟରର ଶୁଭାରମ୍ଭ କରାଯାଇଛି। ଡିକାର୍ବୋନାଇଜେସନ ଲକ୍ଷ୍ୟ ପୂରଣ କରିବା ଏବଂ ଶକ୍ତି ନିରାପତ୍ତା ବୃଦ୍ଧି ପାଇଁ ଅକ୍ଷୟ ଶକ୍ତି ବିସ୍ତାର ଉଦ୍ଦେଶ୍ୟରେ ଜାପାନ ସୌର ଏବଂ ପବନ ଶକ୍ତିର ଯୋଗାଣକୁ ସୁଗମ କରିବା ପାଇଁ ବ୍ୟାଟେରି ବ୍ୟବହାର ବୃଦ୍ଧି କରୁଥିତ୍ବା କୁହାଯାଉଛି। ଇକ୍ୟୁ ଏନର୍ଜି ନୂତନ ପ୍ରକଳ୍ପ ପାଇଁ ୟୁଟିଲିଟି ଟୋକିଓ ଗ୍ୟାସ ସହିତ ୨୦ ବର୍ଷର ଅଫଟେକ ଚୁକ୍ତି କରିଛି।
ଜୁଲାଇ ୨୦୨୬ରେ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରହିଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଚାରି ଘଣ୍ଟା ପାଇଁ ପ୍ରାୟ ୬୩,୦୦୦ ଘରକୁ ବିଦ୍ୟୁତ୍‌ ଯୋଗାଇବା ପାଇଁ ଏହା ପର୍ଯ୍ୟାପ୍ତ ବିତ୍ତ ସଂରକ୍ଷଣ କରିବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି। କମ୍ପାନୀ ବ୍ରିଟେନ, ଅଷ୍ଟ୍ରେଲିଆ, ଇଟାଲୀ ଏବଂ ଜାପାନରେ ଶକ୍ତି ସଂରକ୍ଷଣର ବିକାଶ କରୁଥିବାବେଳେ କେବଳ ଜାପାନରେ ଏହାକୁ ସୀମତି ରଖିବା କମ୍ପାନୀର ଲକ୍ଷ୍ୟ ନ ଥିବା ଓନୋ କହିଛନ୍ତି। ଇକ୍ୟୁ ଏନର୍ଜି ବହୁ ସଂଖ୍ୟକ ପ୍ରକଳ୍ପର ବିକାଶ କରିବାକୁ ଲକ୍ଷ୍ୟ ରଖିଛି, କାରଣ ଦେଶ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ବିଦ୍ୟୁତ୍‌ ଉପଭୋକ୍ତା ଏବଂ ଏକ ବିତ୍ତ ବାଣିଜ୍ୟ ବଜାର ବ୍ୟବସ୍ଥା ପ୍ରତିଷ୍ଠା କରାଯାଉଛି ବୋଲି ଓନୋ କହିଛନ୍ତି।
ସୂଚନା ଥାଉକି, ଚାଇନା ଏବଂ ଆମେରିକା ଦ୍ୱାରା ପରିଚାଳିତ ବ୍ୟାଟେରି ଷ୍ଟୋରେଜ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବିସ୍ତାର କରୁଛି। ପଛରେ ପଡିଥିବା ଜାପାନରେ ସରକାରୀ ସହାୟତା ତଥା ବିଦ୍ୟୁତ୍‌ ଯୋଗାଣ ଏବଂ ଚାହିଦାକୁ ସୁଧାରିବା ପାଇଁ ବଜାରର ବିକାଶ ଭଳି ଆନୁଷ୍ଠାନିକ ପରିବର୍ତ୍ତନ ହେତୁ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

The post ବୈଶକ ଶକ୍ତି ସଂରକ୍ଷଣର ସମ୍ପ୍ରସାରଣ କରିବ ଇକ୍ୟୁ ଏନର୍ଜି appeared first on Dharitri Odia News.