ଭାଜପା ପକ୍ଷରୁ ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ରାଇକିଆ,୧୪।୪(ପ୍ରଦୀପ ବେହେରା):କନ୍ଧମାଳ ଜିଲା ରାଇକିଆ ଭାଜପା ତରଫରୁ ବନ ଦୁର୍ଗା କଲ୍ୟାଣ ମଣ୍ଡପଠାରେ ସୋମବାର ବାବା ସାହେବ ଭୀମରାଓ ଆମ୍ବେଡକରଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏମ୍‌ପି ପ୍ରତିନିଧି ସନ୍ତୋଷ ଲେଙ୍କା ଯୋଗଦେଇ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମାଜରେ ସମାନତା ଓ ନ୍ୟାୟ ପାଇଁ ଆମ୍ବେଡକରଙ୍କ ଅବଦାନ ଓ ତାଙ୍କ ଆଦର୍ଶକୁ ଅନୁସରଣ କରି ଏକ ସମୃଦ୍ଧ […] The post ଭାଜପା ପକ୍ଷରୁ ଆମ୍ବେଡକରଙ୍କ ଜୟନ୍ତୀ ପାଳିତ appeared first on Dharitri Odia News.

ଭାଜପା ପକ୍ଷରୁ ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ରାଇକିଆ,୧୪।୪(ପ୍ରଦୀପ ବେହେରା):କନ୍ଧମାଳ ଜିଲା ରାଇକିଆ ଭାଜପା ତରଫରୁ ବନ ଦୁର୍ଗା କଲ୍ୟାଣ ମଣ୍ଡପଠାରେ ସୋମବାର ବାବା ସାହେବ ଭୀମରାଓ ଆମ୍ବେଡକରଙ୍କର ଜୟନ୍ତୀ ପାଳିତ ହୋଇଯାଇଛି। ମଣ୍ଡଳ ସଭାପତି ସନ୍ତୋଷ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏମ୍‌ପି ପ୍ରତିନିଧି ସନ୍ତୋଷ ଲେଙ୍କା ଯୋଗଦେଇ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସମାଜରେ ସମାନତା ଓ ନ୍ୟାୟ ପାଇଁ ଆମ୍ବେଡକରଙ୍କ ଅବଦାନ ଓ ତାଙ୍କ ଆଦର୍ଶକୁ ଅନୁସରଣ କରି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅଭିମନ୍ୟୁ ପଣ୍ଡା, ନାରାୟଣ ମହାନ୍ତି, ମନୋଜ ବେହେରା, ଦିପୁ ମହାରଣା, ବିପିନ ପଣ୍ଡାଙ୍କ ସମେତ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ। ସନକ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

The post ଭାଜପା ପକ୍ଷରୁ ଆମ୍ବେଡକରଙ୍କ ଜୟନ୍ତୀ ପାଳିତ appeared first on Dharitri Odia News.