ଓଭର ବ୍ରିଜ୍‌ରେ ଦୁର୍ଘଟଣା: ସ୍କୁଟିକୁ ଧକ୍କାଦେଲା ଅଜଣା ଗାଡ଼ି, ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିନି

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ୧୬ ନମ୍ବର ଜାତୀୟ ରାଜପଥ ଝlଡ଼କୁଦl ନିକଟସ୍ଥ ଶଙ୍ଖ ନୂଆଗାଁ ଓଭର ବ୍ରିଜ୍‌ ଉପରେ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ସ୍କୁଟିକୁ(ଓ ୦୭ ଏକେ ୮୬୨୨ ) ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାର ଶିକାର ହୋଇ ସ୍କୁଟି ଚାଳକ ଜଣକ ଗୁରୁତର ହୋଇ ରାସ୍ତାରେ ପଡ଼ିରହିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଖବରଦାତା ପ୍ରକାଶ ପଲେଇ […] The post ଓଭର ବ୍ରିଜ୍‌ରେ ଦୁର୍ଘଟଣା: ସ୍କୁଟିକୁ ଧକ୍କାଦେଲା ଅଜଣା ଗାଡ଼ି, ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିନି appeared first on Dharitri Odia News.

ଓଭର ବ୍ରିଜ୍‌ରେ ଦୁର୍ଘଟଣା: ସ୍କୁଟିକୁ ଧକ୍କାଦେଲା ଅଜଣା ଗାଡ଼ି, ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିନି

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ୧୬ ନମ୍ବର ଜାତୀୟ ରାଜପଥ ଝlଡ଼କୁଦl ନିକଟସ୍ଥ ଶଙ୍ଖ ନୂଆଗାଁ ଓଭର ବ୍ରିଜ୍‌ ଉପରେ ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି।
ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ସ୍କୁଟିକୁ(ଓ ୦୭ ଏକେ ୮୬୨୨ ) ଏକ ଅଜଣା ଗାଡ଼ି ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାର ଶିକାର ହୋଇ ସ୍କୁଟି ଚାଳକ ଜଣକ ଗୁରୁତର ହୋଇ ରାସ୍ତାରେ ପଡ଼ିରହିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଖବରଦାତା ପ୍ରକାଶ ପଲେଇ ଆମ୍ବୁଲାନ୍ସଙ୍କୁ ଫୋନ୍‌ କରିଥିଲେ। ଘଟଣାସ୍ଥଳରେ ଗଞ୍ଜାମ ପୋଲିସ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡିକାଲକୁ ପଠାଇଥିଲା। ଗଞ୍ଜାମ ପୋଲିସ ଏହାର ତଦନ୍ତ ଜାରି ରଖିଛି। ଗୁରୁତର ବ୍ୟକ୍ତି ଜଣଙ୍କ ପରିଚୟ ମିଳି ପାରିନାହିଁ

The post ଓଭର ବ୍ରିଜ୍‌ରେ ଦୁର୍ଘଟଣା: ସ୍କୁଟିକୁ ଧକ୍କାଦେଲା ଅଜଣା ଗାଡ଼ି, ଗୁରୁତର ବ୍ୟକ୍ତିଙ୍କ ପରିଚୟ ମିଳିନି appeared first on Dharitri Odia News.