ପୋଲିସ୍ ହେପାଜତରେ ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ମା’; ମନୋରମାଙ୍କୁ ପୁନେ ଆଣୁଛି ପୋଲିସ୍
ନୂଆଦିଲ୍ଲୀ: ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ମା’ ଅଟକ । ପୁନେ ଗ୍ରାମାଞ୍ଚଳ ପୋଲିସ ମନୋରମା ଖେଡକରଙ୍କୁ ଅଟକ ରଖିଛି । ରାୟଗଡ ନିକଟସ୍ଥ ମହାଡ଼ ଅଞ୍ଚଳରୁ ପୋଲିସ ତାଙ୍କୁ ହେପାଜତକୁ ନେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପୋଲିସର ୩ଟି ଟିମ୍ ମନୋରମାଙ୍କୁ ପୁନେ ଆଣୁଛି । ସେଠାରେ ତାଙ୍କୁ ପଚରାଉଚରା କରାଯିବ । ବିବାଦୀୟ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକରଙ୍କ ମାଆଙ୍କ ବିରୋଧରେ ଜମି ହଡପ ମାମଲା ରୁଜୁ ହୋଇଛି । ମନୋରମା ଖେଡକର ଲୋକଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ସେ ଏକ ବନ୍ଧୁକ ଧରି କିଛି ଲୋକଙ୍କୁ ଧମକାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଏହା ପରେ ପୋଲିସ ତାଙ୍କୁ ଧରିବାକୁ ଅପରେସନ ଚଳାଇଥିଲା । ତେବେ ମହାଡ଼ରୁ ପୋଲିସ ତାଙ୍କୁ ଅଟକ ରଖିଛି । ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ବିରୁଦ୍ଧରେ ପଦର ଦୂରୁପୋଯୋଗ ଅଭିଯୋଗକୁ ନେଇ ଏକାଧିକ ମାମଲା ରୁଜୁ ହୋଇଛି ।ବ୍ୟକ୍ତିଗତ ଗାଡ଼ି କାରରେ ନାଲି ବତୀ ଲଗାଇବା, ଜାଲିଆତି କରି ୟୁପିଏସସି ପରୀକ୍ଷା କ୍ଲିଅର୍ କରିଥିବା ନେଇ ଅଭିଯୋଗ ତାଙ୍କ ନାଁରେ ରହିଛି । ପୂଜା ଖେଡକରଙ୍କ ବିରୁଦ୍ଧରେ ଜାଲିଆତି ଅଭିଯୋଗ ଆସିବା ପରେ ଆଇଏଏସ ଟ୍ରେନିଂ ଏକାଡେମୀ ତାଙ୍କ ଟ୍ରେନି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜାଙ୍କ ବାପା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ଆଣ୍ଟି କରପ୍
ନୂଆଦିଲ୍ଲୀ: ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ମା’ ଅଟକ । ପୁନେ ଗ୍ରାମାଞ୍ଚଳ ପୋଲିସ ମନୋରମା ଖେଡକରଙ୍କୁ ଅଟକ ରଖିଛି । ରାୟଗଡ ନିକଟସ୍ଥ ମହାଡ଼ ଅଞ୍ଚଳରୁ ପୋଲିସ ତାଙ୍କୁ ହେପାଜତକୁ ନେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ପୋଲିସର ୩ଟି ଟିମ୍ ମନୋରମାଙ୍କୁ ପୁନେ ଆଣୁଛି । ସେଠାରେ ତାଙ୍କୁ ପଚରାଉଚରା କରାଯିବ ।
ବିବାଦୀୟ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକରଙ୍କ ମାଆଙ୍କ ବିରୋଧରେ ଜମି ହଡପ ମାମଲା ରୁଜୁ ହୋଇଛି । ମନୋରମା ଖେଡକର ଲୋକଙ୍କୁ ଧମକ ଚମକ ଦେଉଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ସେ ଏକ ବନ୍ଧୁକ ଧରି କିଛି ଲୋକଙ୍କୁ ଧମକାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଏହା ପରେ ପୋଲିସ ତାଙ୍କୁ ଧରିବାକୁ ଅପରେସନ ଚଳାଇଥିଲା । ତେବେ ମହାଡ଼ରୁ ପୋଲିସ ତାଙ୍କୁ ଅଟକ ରଖିଛି ।
ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ବିରୁଦ୍ଧରେ ପଦର ଦୂରୁପୋଯୋଗ ଅଭିଯୋଗକୁ ନେଇ ଏକାଧିକ ମାମଲା ରୁଜୁ ହୋଇଛି ।ବ୍ୟକ୍ତିଗତ ଗାଡ଼ି କାରରେ ନାଲି ବତୀ ଲଗାଇବା, ଜାଲିଆତି କରି ୟୁପିଏସସି ପରୀକ୍ଷା କ୍ଲିଅର୍ କରିଥିବା ନେଇ ଅଭିଯୋଗ ତାଙ୍କ ନାଁରେ ରହିଛି । ପୂଜା ଖେଡକରଙ୍କ ବିରୁଦ୍ଧରେ ଜାଲିଆତି ଅଭିଯୋଗ ଆସିବା ପରେ ଆଇଏଏସ ଟ୍ରେନିଂ ଏକାଡେମୀ ତାଙ୍କ ଟ୍ରେନି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂଜାଙ୍କ ବାପା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ଆଣ୍ଟି କରପ୍ସନ ବ୍ୟୁରୋ ବେଆଇନ ସମ୍ପତ୍ତି ଠୁଳ ନେଇ ପ୍ରମାଣ ଯୋଗାଡ଼ କରିଛି । ଆଣ୍ଟି କରପ୍ସନ ବ୍ୟୁରୋ ରିପୋର୍ଟ ମୁତାବକ ଦିଲ୍ଲୀପ ଖେଡକର ନିଜ ଚାକିରି ସମୟରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ।..