ଚାଲିଥିଲା ଜେଜେଙ୍କ ଦଶାହକ୍ରିୟା, ମହାନଦୀରେ ବୁଡି ନିଖୋଜ ହେଲେ ନାତି

କଟକ ୭।୪: ଜେଜେଙ୍କ ଦଶାହକ୍ରିୟା ବେଳେ ମହାନଦୀରେ ବୁଡି ନିଖୋଜ ହେଲେ ନାତି । କଟକ ତୁଳସୀପୁର ହାତୀ ଗଡାରେ ବୁଡି ଯୁବକ ନିଖୋଜ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ରବିବାର ମଧ୍ୟାହ୍ନ ସମୟରେ କଟକ ସିଡିଏ ଅଞ୍ଚଳର ୨୨ ବର୍ଷୀୟ ଯୁବକ ରୂପକ ବାନାର୍ଜୀ ନିଜ ଜେଜେଙ୍କ ଦଶାହକ୍ରିୟା ପାଇଁ ତୁଠକୁ ଆସିଥିଲେ । ଏହି ସମୟରେ ରୂପକ ମହାନଦୀରେ ବୁଡି ଯାଇଥିଲେ । ଏହି ସମୟରେ ପରିବାର ଲୋକେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । You Can Read :ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ସବୁଠୁ ଉତ୍ତପ୍ତ ସହର, ଭୁବନେଶ୍ବରରେ ସର୍ବାଧିକ ୩୬.୨ ଡିଗ୍ରୀ

ଚାଲିଥିଲା ଜେଜେଙ୍କ ଦଶାହକ୍ରିୟା, ମହାନଦୀରେ ବୁଡି ନିଖୋଜ ହେଲେ ନାତି

କଟକ ୭।୪: ଜେଜେଙ୍କ ଦଶାହକ୍ରିୟା ବେଳେ ମହାନଦୀରେ ବୁଡି ନିଖୋଜ ହେଲେ ନାତି । କଟକ ତୁଳସୀପୁର ହାତୀ ଗଡାରେ ବୁଡି ଯୁବକ ନିଖୋଜ ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ରବିବାର ମଧ୍ୟାହ୍ନ ସମୟରେ କଟକ ସିଡିଏ ଅଞ୍ଚଳର ୨୨ ବର୍ଷୀୟ ଯୁବକ ରୂପକ ବାନାର୍ଜୀ ନିଜ ଜେଜେଙ୍କ ଦଶାହକ୍ରିୟା ପାଇଁ ତୁଠକୁ ଆସିଥିଲେ । ଏହି ସମୟରେ ରୂପକ ମହାନଦୀରେ ବୁଡି ଯାଇଥିଲେ । ଏହି ସମୟରେ ପରିବାର ଲୋକେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

 You Can Read :

ଦିନ ସାଢେ ୧୧ଟା ସୁଦ୍ଧା ରାଜଧାନୀ ସବୁଠୁ ଉତ୍ତପ୍ତ ସହର, ଭୁବନେଶ୍ବରରେ ସର୍ବାଧିକ ୩୬.୨ ଡିଗ୍ରୀ