ଭାରତ-ଚୀନ ସୀମାର ଡେପ୍‌ସାଙ୍ଗ, ଡେମ୍‌ଚୋକରୁ ସେନା ପ୍ରତ୍ୟାହର ଶେଷ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ବିବାଦୀୟ ଅଂଚଳରୁ ଉଭୟ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ବେଳେ ଡେପ୍‌ସାଙ୍ଗ ଓ ଡେମ୍‌ଚୋକରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପ୍‌ସାଙ୍ଗ ଓ ଡେମ୍‌ଚୋକ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି ଏବଂ କେବଳ କିଛି ସାମରିକ ଭିତ୍ତିଭୂମି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଉଭୟ ଭାରତୀୟ ସେନା ଏବଂ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି […]

ଭାରତ-ଚୀନ ସୀମାର ଡେପ୍‌ସାଙ୍ଗ, ଡେମ୍‌ଚୋକରୁ ସେନା ପ୍ରତ୍ୟାହର ଶେଷ

ନୂଆଦିଲ୍ଲୀ: ଭାରତ-ଚୀନ୍‌ ସୀମାରେ ବିବାଦୀୟ ଅଂଚଳରୁ ଉଭୟ ଦେଶର ସେନା ପ୍ରତ୍ୟାହାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବା ବେଳେ ଡେପ୍‌ସାଙ୍ଗ ଓ ଡେମ୍‌ଚୋକରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବ ଲଦାଖର ଡେପ୍‌ସାଙ୍ଗ ଓ ଡେମ୍‌ଚୋକ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ପ୍ରାୟ ଶେଷ ହୋଇଛି ଏବଂ କେବଳ କିଛି ସାମରିକ ଭିତ୍ତିଭୂମି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଉଭୟ ଭାରତୀୟ ସେନା ଏବଂ ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ବର୍ତ୍ତମାନ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ସେନା ପ୍ରତ୍ୟାହାର ଓ ଭିତ୍ତିଭୂମି ଉଚ୍ଛେଦ କାର୍ଯ୍ୟକ୍ରମକୁ ମିଳିତ ଭାବେ ସମୀକ୍ଷା କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ କେବଳ ନିୟମିତ ପାଟ୍ରୋଲିଂ ପାଇଁ ଯୋଜନା କରୁଛନ୍ତି। ଭିତ୍ତିଭୂମି ଉଚ୍ଛେଦ ପ୍ରକ୍ରିୟାର ପରିସମାପ୍ତି ନେଇ ଆନୁଷ୍ଠାନିକ ଘୋଷଣା ପରେ ବଫର ଜୋନରେ ପାଟ୍ରୋଲିଂ ପୁନଃ ଆରମ୍ଭ ହେବ। ଉଭୟ ଦେଶର ସ୍ଥାନୀୟ ସାମରିକ କମାଣ୍ଡରମାନେ ପ୍ରତିଦିନ ସକାଳେ ଏକ ହଟ୍ ଲାଇନ୍‌ରେ ଆଲୋଚନା କରି ସେନା ପ୍ରତ୍ୟାହାର ଏବଂ ଏ ବାବଦ ଆନୁସଙ୍ଗିକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ସୀମା ବିବାଦର ସମାଧାନ ଦିଗରେ ଏହି ସେନା ପ୍ରତ୍ୟାହାର ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଥିବା ବେଳେ ଏହା ପଛରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ମଧ୍ୟ ବଡ଼ ଭୂମିକା ରହିଥିବା କୁହାଯାଉଛି । ରୁଷ୍‌ର କଜାନ୍‌ରେ ନିକଟରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ପୁଟିନ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭାରତ ସହ ସୀମା ବିବାଦରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ବୋଲି କେତେକ ମହଲ ଦାବି କରୁଛନ୍ତି।