ଫଳ ବୋଝେଇ ଟ୍ରକରୁ ଗଞ୍ଜେଇ ଜବତ,୩ ଗିରଫ
ଭୁବନେଶ୍ୱର : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ଫଳ ବୋଝେଇ ଟ୍ରକରୁ ୮ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଟ୍ରକଟି ଫଳ ବୋଝେଇ କରି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବାବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୮୦୮ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ରବିବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ କୌଣସି ବିଶେଷ ସୂତ୍ରରୁ ଖବର […]

ଭୁବନେଶ୍ୱର : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ଫଳ ବୋଝେଇ ଟ୍ରକରୁ ୮ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଟ୍ରକଟି ଫଳ ବୋଝେଇ କରି ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିବାବେଳେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୮୦୮ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୧ କୋଟି ୬୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ରବିବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ଛକି ରହିଥିଲେ। ଏହି ସମୟରେ ଫଳ ବୋଝେଇ ଟ୍ରକଟି ସେହି ରାସ୍ତା ଦେଇ ଯାଇଥିଲା। ଏକ କାର୍ ତାକୁ ଏସ୍କର୍ଟ ଦେଇ ଆଣୁଥିଲା। ଏହିସମୟରେ ରାଜସ୍ବ ନିର୍ଦ୍ଦେଶାଳୟ ଗୁଇନ୍ଦା ବା DRI ଟିମ୍ ଟ୍ରକଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ଟ୍ରକଟି ଆନ୍ଧ୍ର-ଓଡ଼ିଶା ବର୍ଡର କ୍ରୀଷ୍ଣାଭରମ୍ ଟୋଲ ଗେଟକୁ ଧକ୍କା ଦେଇ ଆଗକୁ ବଢିଥିଲା । ଏହି ଟ୍ରକକୁ ଏକ କାର ଏସ୍କକର୍ଟ କରି ଆଣୁଥିବା ଦେଖାଯାଇଥିଲା । ସେମାନଙ୍କ ପିଛା କରି DRI ଟିମ୍ ଉଭୟ ଟ୍ରକ ଓ କାରକୁ ଅଟକାଇ ସେଥିରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖା ଯାଇଥିବାବେଳେ DRI ପକ୍ଷରୁ ଘଟଣାର ଅଧିକ ତଦନ୍ତ କରାଯାଉଛି ।