ଇନ୍ଫୋସିଟି ପୋଲିସ ହାତରେ ଡକାୟତ ଗ୍ୟାଙ୍ଗ
ଭୁବନେଶ୍ୱର : ଡକାୟତି ଯୋଜନା ପଣ୍ଡ I ଡକାୟତି ଯୋଜନା ଚାଲିଥିବା ବେଳେ ଇନ୍ଫୋସିଟି ପୋଲିସ ହାତରେ ଧରା ପଡିଲେ ୫ ହାର୍ଡକୋର ଡକାୟତ । ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ଧରିଲା ପୋଲିସ । ଏହି ଡକାୟତ ଗ୍ୟାଙ୍ଗର ମୁଖିଆ ଏସ୍.କେ.ଇସ୍ଲାମ ଓରଫ କଦମ I ତା’ନାଁ ରେ ରହିଛି ୪୮ ଟି ଅପରାଧିକ ମାମଲା । କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା […]

ଭୁବନେଶ୍ୱର : ଡକାୟତି ଯୋଜନା ପଣ୍ଡ I ଡକାୟତି ଯୋଜନା ଚାଲିଥିବା ବେଳେ ଇନ୍ଫୋସିଟି ପୋଲିସ ହାତରେ ଧରା ପଡିଲେ ୫ ହାର୍ଡକୋର ଡକାୟତ । ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ଧରିଲା ପୋଲିସ । ଏହି ଡକାୟତ ଗ୍ୟାଙ୍ଗର ମୁଖିଆ ଏସ୍.କେ.ଇସ୍ଲାମ ଓରଫ କଦମ I ତା’ନାଁ ରେ ରହିଛି ୪୮ ଟି ଅପରାଧିକ ମାମଲା ।
କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା । କଦମ ସହ ତା’ର ଅନ୍ୟ ୪ ସହଯୋଗୀ ରୋମି ନାୟକ, କାର୍ତ୍ତିକ ବେହେରା, ଜିତେନ୍ଦ୍ର ସାମଲ, କେ.ଶିବାଜୀ ପ୍ରମୁଖ ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ ଟି ଲୁହା ରଡ଼, ଗୋଟିଏ ଛୁରୀ, ମଦ ବୋତଲ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଜବତ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଡା ଘରେ ରହି ସେମାନେ ଡକାୟତି ଯୋଜନା କରୁଥିଲେ। ବିଭିନ୍ନ ଚୋରି, ରାହାଜାନୀ ରେ ଏମାନଙ୍କ ସମ୍ପୃକ୍ତି ରହିଥିବା ଜାଣିବାକୁ ପାଇଛି ପୋଲିସ । ଖୁବଶୀଘ୍ର ଏମାନଙ୍କ ନାଁ ରେ ଦଫା ୧୧୦ ରେ କେସ ରୁଜୁ ହେବ ବୋଲି କହିଛନ୍ତି ଜୋନ ଏସିପି ।