ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଳିଗଲେ ଶ୍ରମିକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଦ୍ବିତୀୟ ୟୁନିଟର ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ନାମ ଦେବ ନାରାୟଣ ମହାତୋ ଓ ତାଙ୍କର ବୟସ ୩୬ ବର୍ଷ ବୋଲି ଜଣାଯାଇଛି। କେଉଁ ପରିସ୍ଥିତରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ I ଘଟଣା ପରେ ଉକ୍ତ ଶ୍ରମିକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ […]

ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଳିଗଲେ ଶ୍ରମିକ
ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଳିଗଲେ ଶ୍ରମିକ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଦ୍ବିତୀୟ ୟୁନିଟର ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ନାମ ଦେବ ନାରାୟଣ ମହାତୋ ଓ ତାଙ୍କର ବୟସ ୩୬ ବର୍ଷ ବୋଲି ଜଣାଯାଇଛି। କେଉଁ ପରିସ୍ଥିତରେ ଏଭଳି ଘଟଣା ଘଟିଛି ତାହା ସ୍ପଷ୍ଟ ହୋଇନାହିଁ I ଘଟଣା ପରେ ଉକ୍ତ ଶ୍ରମିକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।