ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସଦସ୍ୟତା ଅଭିଯାନ
ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ସଦସ୍ୟତା ସଂଗ୍ରହ ନେଇ ଏକ ବୈଠକ ଗୋଳନ୍ଥରା ସ୍ଥିତ ବନ୍ଦେଂ ମାତାରଂ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ବୁଥ ପିଛା ଶହେ ଜଣ ନୂତନ ସଦସ୍ୟତା କରିବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଆୟୋଜିତ ବୈଠକରେ ୪୩ଟି ଶକ୍ତି କେନ୍ଦ୍ରର ପ୍ରମୁଖ ମାନେ ଯୋଗ ଦେଇ ଥିଲେ। ସେହିପରି କୁକୁଡାଖଣ୍ଡି […]

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ସଦସ୍ୟତା ସଂଗ୍ରହ ନେଇ ଏକ ବୈଠକ ଗୋଳନ୍ଥରା ସ୍ଥିତ ବନ୍ଦେଂ ମାତାରଂ ଭବନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ପରିବହନ ଖଣି ଓ ଇସ୍ପାତମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ବୁଥ ପିଛା ଶହେ ଜଣ ନୂତନ ସଦସ୍ୟତା କରିବାକୁ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ। ଆୟୋଜିତ ବୈଠକରେ ୪୩ଟି ଶକ୍ତି କେନ୍ଦ୍ରର ପ୍ରମୁଖ ମାନେ ଯୋଗ ଦେଇ ଥିଲେ। ସେହିପରି କୁକୁଡାଖଣ୍ଡି ବ୍ଲକ ନିମଖଣ୍ଡି ମଣ୍ଡଳ ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ନେଇ ଲୋଚାପଡ଼ା ଗ୍ରାମରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ମଣ୍ଡଳୀର ୨୧୩ ବୁଥ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜେପିର ବୁଥ ପ୍ରମୁଖଙ୍କ ନେତୃତ୍ବ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ୨୧୩ଟି ବୁଥ ସ୍ତରରେ ଥୂବା ଶତାଧୂକ ମହିଳା ଓ ପୁରୁଷ ଅନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ।