୩୦୦ ୟୁନିଟ୍‌ ଛାଡ ଓ ବର୍ଦ୍ଧିତ ଭତ୍ତା ଦାବିରେ ସମସ୍ତ ବର୍ଗର ଭତ୍ତାଧାରୀଙ୍କ ଧାରଣା

ବରଗଡ଼ : ଗାନ୍ଧୀଛକ ଠାରେ ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ସହ ବିଜୁଳି ୩୦୦ ୟୁନିଟ ଛାଡ଼ ଦାବୀରେ  ଭତ୍ତାଧାରୀଙ୍କ ଧାରଣା ।  ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି ।  ତେବେ ନିର୍ବାଚନ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତା ହାସିଲ କରିଛି ବୋଲି ପୁର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ କଡ଼ା ସମାଲୋଚନା  ଧାରଣା […] The post ୩୦୦ ୟୁନିଟ୍‌ ଛାଡ ଓ ବର୍ଦ୍ଧିତ ଭତ୍ତା ଦାବିରେ ସମସ୍ତ ବର୍ଗର ଭତ୍ତାଧାରୀଙ୍କ ଧାରଣା appeared first on KNews Odisha.

୩୦୦ ୟୁନିଟ୍‌ ଛାଡ ଓ ବର୍ଦ୍ଧିତ ଭତ୍ତା ଦାବିରେ ସମସ୍ତ ବର୍ଗର ଭତ୍ତାଧାରୀଙ୍କ ଧାରଣା
bhatta pradana

ବରଗଡ଼ : ଗାନ୍ଧୀଛକ ଠାରେ ସମସ୍ତ ବର୍ଗର ଭତ୍ତାଧାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବା ସହ ବିଜୁଳି ୩୦୦ ୟୁନିଟ ଛାଡ଼ ଦାବୀରେ  ଭତ୍ତାଧାରୀଙ୍କ ଧାରଣା ।  ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି ।  ତେବେ ନିର୍ବାଚନ ସମୟରେ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତା ହାସିଲ କରିଛି ବୋଲି ପୁର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ କଡ଼ା ସମାଲୋଚନା  ଧାରଣା କରିଥିଲେ ।

ଯେତେ ଦିନ ପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତା ପ୍ରଦାନ ଓ ବିଜୁଳି ବିଲ୍ ୩୦୦ ୟୁନିଟ ପର୍ଯ୍ୟନ୍ତ ଛାଡ଼ ନ କରାଯାଏ  ସେ ପର୍ଯ୍ୟନ୍ତ   ବିଜୁ ଜନତା ଦଳ ତାର ଅନ୍ଦୋଳନ ଜାରି ରଖିବ ବୋଲି ଖୋଲା ଚେତାବନୀ ଦିଆଯାଇଛି । ତେବେ ଏହି ଆନ୍ଦୋଳନରେ ଶତାଧିକ ବୃଦ୍ଧ, ବୃଦ୍ଧା ଓ ବିଧବା ସାମିଲ ହୋଇ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

The post ୩୦୦ ୟୁନିଟ୍‌ ଛାଡ ଓ ବର୍ଦ୍ଧିତ ଭତ୍ତା ଦାବିରେ ସମସ୍ତ ବର୍ଗର ଭତ୍ତାଧାରୀଙ୍କ ଧାରଣା appeared first on KNews Odisha.