ଜଳିଗଲା ଚଳନ୍ତା କାର, ଅଳ୍ପକେ ବର୍ତିଲେ ଆରୋହୀ
କୋରାପୁଟ : କୋରାପୁଟ ସୁନାବେଡ଼ା ମଧ୍ୟରେ ୨୬ ନଂ ଜାତୀୟ ରାଜପଥର ବରଗୁଡ଼ା ନିକଟରେ ଶନିବାର ଅପରାହ୍ନରେ ସର୍ଟ ସର୍କିଟ ଯୋଗୁଁ ଏକ କାର ଜଳି ପାଉଁଶ ହୋଇ ଯାଇଥିବାବେଳେ ସୌଭାଗ୍ୟବଶତଃ କାରରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି। ସୂଚନା ଅନୁଯାୟୀ ସୁନାବେଡ଼ା ହାଲରେ କାର୍ଯ୍ୟରତ ଜୈନିକ ବ୍ୟକ୍ତି ନିଜର ଓ ପଡୋଶୀ ପରିବାରର ୪ ଜଣଙ୍କୁ କୋରାପୁଟ ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ବସାଇବା ନିମନ୍ତେ ଶନିବାର ଅପରାହ୍ନରେ ସୁନାବେଡ଼ାରୁ କୋରାପୁଟ ଯାଉଥିଲେ। କୋରାପୁଟ ଟାଉନ […]

କୋରାପୁଟ : କୋରାପୁଟ ସୁନାବେଡ଼ା ମଧ୍ୟରେ ୨୬ ନଂ ଜାତୀୟ ରାଜପଥର ବରଗୁଡ଼ା ନିକଟରେ ଶନିବାର ଅପରାହ୍ନରେ ସର୍ଟ ସର୍କିଟ ଯୋଗୁଁ ଏକ କାର ଜଳି ପାଉଁଶ ହୋଇ ଯାଇଥିବାବେଳେ ସୌଭାଗ୍ୟବଶତଃ କାରରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି।
ସୂଚନା ଅନୁଯାୟୀ ସୁନାବେଡ଼ା ହାଲରେ କାର୍ଯ୍ୟରତ ଜୈନିକ ବ୍ୟକ୍ତି ନିଜର ଓ ପଡୋଶୀ ପରିବାରର ୪ ଜଣଙ୍କୁ କୋରାପୁଟ ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନରେ ବସାଇବା ନିମନ୍ତେ ଶନିବାର ଅପରାହ୍ନରେ ସୁନାବେଡ଼ାରୁ କୋରାପୁଟ ଯାଉଥିଲେ। କୋରାପୁଟ ଟାଉନ ଥାନା ଅନ୍ତର୍ଗତ ବରଗୁଡ଼ା ନିକଟରେ ଇଞ୍ଜିନରୁ ଧୁଆଁ ବାହାରିବା ମାତ୍ରେ ସମସ୍ତେ ବାହାରକୁ ବାହାରି ଆସିଥିଲେ। ସମସ୍ତେ କାର ଭିତରୁ ବାହାରକୁ ଆସିବାର ମାତ୍ର କିଛି ମୁହୂର୍ତ୍ତ ମଧ୍ୟରେ କାରରେ ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡ଼ି ଯାଇଥିଲା। ତେବେ ଏଥିରେ କାହାର କୌଣସି କ୍ଷୟ କ୍ଷତି ହୋଇ ନଥିବା ଜଣା ପଡ଼ିଛି। ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ କୋରାପୁଟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆକୁ ଆୟତ କରିଥିଲେ।