ସୁଭଦ୍ରା ଯୋଜନାରେ ଯୋଗ ଦେବାକୁ ଆସୁଥିଲେ: ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୧୬ ଆହତ
ଚିତ୍ରକୋଣ୍ଡା/ କୋରୁକୋଣ୍ଡା: ଚିତ୍ରକୋଣ୍ଡା ନିକଟସ୍ଥ ସ୍ପିଲୱେ ଠାରେ ଅଟୋ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି ଓ ୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚିତ୍ରକୋଣ୍ଡା ବ୍ଲକର ୧୮ ଗୋଟି ପଞ୍ଚାୟତର ମହିଳାମାନଙ୍କୁ ଡକା ଯାଇଥିଲା। ଦୋରାଗୁଡ଼ା ଓ […]

ଚିତ୍ରକୋଣ୍ଡା/ କୋରୁକୋଣ୍ଡା: ଚିତ୍ରକୋଣ୍ଡା ନିକଟସ୍ଥ ସ୍ପିଲୱେ ଠାରେ ଅଟୋ ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି ଓ ୧ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚିତ୍ରକୋଣ୍ଡା ବ୍ଲକର ୧୮ ଗୋଟି ପଞ୍ଚାୟତର ମହିଳାମାନଙ୍କୁ ଡକା ଯାଇଥିଲା। ଦୋରାଗୁଡ଼ା ଓ ଗୁଣ୍ଠାୱାଡ଼ା ପଞ୍ଚାୟତର ମହିଳାମାନେ ଅଟୋ ଯୋଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିବ ସମୟରେ ସ୍ପିଲୱେ ନିକଟରେ ଅଟୋ ଓଲଟି ପଡିବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରଣ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରି ଖିଲ ଓ ଦୋରାଗୁଡ଼ା ସରପଞ୍ଚ ଭଗବତୀ ନାୟକ ଅଟୋ ଦୁର୍ଘଟଣା ଖବର ପାଇବାପରେ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆହତ ମାନଙ୍କ ଖବର ପଚାରି ବୁଝିଛନ୍ତି।
ସେହିପରି, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଖେଳ ପଡିଆ ଠାରେ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମକୁ ଡୁଡାମେଟା ଗ୍ରାମ ପଞ୍ଚାୟତ ବାଲାକାଟି ଗ୍ରାମରୁ ମହିଳାଙ୍କୁ ନେଇ ଆସୁଥିବା ପିକପ ଭ୍ୟାନ ଗାଡିଟି ଏମ୍ଭି-୩୧ନଂ ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଖବର ଅନୁଯାୟୀ, ଉକ୍ତ ଗାଡିରେ ବାଲାକାଟି ଗ୍ରାମର ପ୍ରାୟ ୨୦ରୁ ଅଧିକ ମହିଳା ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟ କ୍ରମରେ ଯୋଗ ଦେବା ପାଇଁ ଆସୁଥିବା ସମୟରେ ଭାରସାମ୍ୟ ହରାଇ ପିକପ ଭ୍ୟାନଟି ରାସ୍ତା କଡରେ ଥିବା ଜମି ଭିତରକୁ ଖସି ପଡିଥିଲା । ଗାଡିରେ ଥିବା ମହିଳା ମାନଙ୍କ ମଧ୍ୟରୁ ଗ୍ରାମର ଦେବେ ମାଡକାମୀଙ୍କ ଗୋଡ ଭାଙ୍ଗିବା ସହିତ ପ୍ରାୟ ୮ରୁ ଅଧିକ ମହିଳା ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥାନରେ ଥିବା ପଥଚାରୀ ମାନେ ଆହତ ମହିଳାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ପ୍ରାଥମିକ ଚିକିତ୍ସାପରେ ୪ ଜଣକୁ ଜିଲା ମୁଖ୍ୟାଳୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠା ଯାଇଛି ।