୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା, ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ପଦକ

ଭୁବନେଶ୍ୱର: ୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ଏହି ସମ୍ମାନଜନକ ରାଜ୍ୟପାଳ ପଦକ । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ । ସେହିଭଳି କାଟାଗୋରି ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ରାଜ୍ୟପାଳ ପଦକ। କାଟାଗୋରି ୩ରେ […]

୨୦୨୩ ପାଇଁ ରାଜ୍ୟପାଳ ପୋଲିସ ପଦକ ଘୋଷଣା, ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ପଦକ
governor-police-medal-for-the-year-2023 announcement

ଭୁବନେଶ୍ୱର: ୨୦୨୩ ପାଇଁ ଘୋଷଣା ହେଲା ରାଜ୍ୟପାଳ ପୋଲିସ ପଦକ । ୨ ଜଣ ଆଇଜିଙ୍କ ସମେତ ୨୦ ଜଣ ପୋଲିସ ଅଧିକାରୀଙ୍କୁ ମିଳିବ ଏହି ସମ୍ମାନଜନକ ରାଜ୍ୟପାଳ ପଦକ । କ୍ୟାଟୋଗରୀ -୧ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ପୋଲିସ ପଦକ ପାଇବେ ।

ସେହିଭଳି କାଟାଗୋରି ୨ରେ ଗଞ୍ଜାମ ଏସପି ଜଗମୋହନ ମୀନା ଓ ସମ୍ବଲପୁର ଏସପି ମୁକେଶ ଭାମୁ ପାଇବେ ରାଜ୍ୟପାଳ ପଦକ। କାଟାଗୋରି ୩ରେ ବରିଷ୍ଠ ଓପିଏସ ତଥା ବିପିଏସପିଏର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର, ଏସିପି ମାନସ ଗଡ଼ନାୟକ ପାଇବେ ପଦକ । କାଟାଗୋରି ୪ରେ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲ ଆନନ୍ଦ, ଗଞ୍ଜାମ ପାଟପୁର ଥାନା ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ , ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଇନ୍ସପେକ୍ଟର ହେମାମାଳିନୀ ନାୟକ ପାଇବେ ପଦକ ।

କାଟାଗୋରି ୫ରେ ରାଉରକେଲା ଏସଆଇ ଦିଲ୍ଲୀପ ନାୟକ, ଭୁବନେଶ୍ୱର କମିଶନରେଟ ପୋଲିସ ଏସଆଇ ଯୁଗଳ ଚରଣ ସ୍ୱାଇଁ, ସମ୍ବଲପୁର ଭିଜିଲାନ୍ସ ଡିଭିଜନ ଏସଆଇ ସଞ୍ଜୟ ପଟ୍ଟନାୟକ ପୋଲିସ ପଦକ ପାଇବେ । କାଟାଗୋରି ୬ରେ ଏଏସଆଇ ବିକାଶ ପାତ୍ର, ପ୍ରଜାପତି ମେହେର ଓ ପ୍ରଶାନ୍ତ ବିଶ୍ୱାଳ ପାଇବେ ସମ୍ମାନଜନକ ପଦକ । କାଟାଗୋରି ୭ରେ କନଷ୍ଟେବଳ ରମେଶ ସାହୁ, ସନାତନ ସାହୁ, ନରେଶ ଚୌଧୁରୀ, ଓଏସଏପି ସିପାହୀ ବିଶ୍ୱକର୍ମା ମୁଣ୍ଡା ଓ ସିପାହୀ କେଦାରନାଥ ମିଶ୍ର ରାଜ୍ୟପାଳ ପୋଲିସ ପଦକ ପାଇବାକୁ ମନୋନୀତ ହୋଇଛନ୍ତି ।