ଦୁଇ ସପ୍ତାହରେ ଗିରଫ ହେଲେଣି ୫ ସରକାରୀ ବାବୁ
ଭୁବନେଶ୍ୱର,୧୬।୧(ସତ୍ୟଜିତ୍ ରାଉତ):ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏଭଳି ବାବୁଙ୍କ ଉପରେ ଭିଜିଲାନ୍ସ କଡ଼ା ନଜର ରଖିଛି। ଜାନୁଆରୀ ମାସର ୨ ସପ୍ତାହରେ ୫ ଅଧିକାରୀଙ୍କୁ ଗିରଫକରି କଡ଼ା ଚେତାବନୀ ଦେଇଛି। ଗିରଫ ହୋଇ ଜେଲ ଯାଇଥିବା ଅଧିକାରୀଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ, ରାଜସ୍ବ ନିରୀକ୍ଷକ, ଏଏସ୍ଆଇ, ଏମ୍ଭିଆଇ ଓ ଟ୍ରାଫିକ୍ ଇନ୍ସପେକ୍ଟର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ନବରଙ୍ଗପୁର ଜିଲା ଜଗନ୍ନାଥପୁର ବିଟ୍ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର […] The post ଦୁଇ ସପ୍ତାହରେ ଗିରଫ ହେଲେଣି ୫ ସରକାରୀ ବାବୁ appeared first on Dharitri Odia News.
ଭୁବନେଶ୍ୱର,୧୬।୧(ସତ୍ୟଜିତ୍ ରାଉତ):ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଭିଜିଲାନ୍ସ ଜାଲରେ ଧରାପଡୁଛନ୍ତି। ଚଳିତ ବର୍ଷ ଆରମ୍ଭରୁ ଏଭଳି ବାବୁଙ୍କ ଉପରେ ଭିଜିଲାନ୍ସ କଡ଼ା ନଜର ରଖିଛି। ଜାନୁଆରୀ ମାସର ୨ ସପ୍ତାହରେ ୫ ଅଧିକାରୀଙ୍କୁ ଗିରଫକରି କଡ଼ା ଚେତାବନୀ ଦେଇଛି। ଗିରଫ ହୋଇ ଜେଲ ଯାଇଥିବା ଅଧିକାରୀଙ୍କ ମଧ୍ୟରେ ଫରେଷ୍ଟ ଗାର୍ଡ, ରାଜସ୍ବ ନିରୀକ୍ଷକ, ଏଏସ୍ଆଇ, ଏମ୍ଭିଆଇ ଓ ଟ୍ରାଫିକ୍ ଇନ୍ସପେକ୍ଟର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ନବରଙ୍ଗପୁର ଜିଲା ଜଗନ୍ନାଥପୁର ବିଟ୍ ଫରେଷ୍ଟ ଗାର୍ଡ ବିନାୟକ ଚନ୍ଦ୍ର ସୋରୀ ଜାନୁଆରୀ ୪ରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବାଇକରେ ୧ ଲକ୍ଷ ୫୩ ହଜାର ଟଙ୍କା ନେଇ ଖାତିଗଡ଼ାରୁ ଜଗନ୍ନାଥପୁର ଯାଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। କେନ୍ଦୁଝର ଜିଲା ବିଲେଇପଦା ରାଜସ୍ବ ନିରୀକ୍ଷକ (ଆର୍ଆଇ) ମୀର ମହମ୍ମଦ ଖାନ୍ ଜଣେ ବ୍ୟକ୍ତିଙ୍କ ମ୍ୟୁଟେଶନ କେସ୍ର ତଦନ୍ତ ରିପୋର୍ଟ ଓ ଜମିପଟ୍ଟା କରାଇଦେବାକୁ ୨୦ ହଜାର ଲାଞ୍ଚ ନେଉଥିବାବେଳେ ଜାନୁଆରୀ ୬ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସେହିପରି ଗତ ଜାନୁଆରୀ ୮ରେ ଜୟପୁର ଟାଉନ ଥାନା ଏଏସ୍ଆଇ ଅନିଲ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଜଣେ ବ୍ୟକ୍ତିଙ୍କ ଗାଡ଼ି ମୁକୁଳାଇବାକୁ ଏଏସ୍ଆଇ ଅନିଲ ୫ ହଜାର ଟଙ୍କା ନେବାବେଳେ ଗିରଫ ହୋଇଥିଲେ।
ଅନ୍ୟପକ୍ଷରେ ନୟାଗଡ଼ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ମୋଟର ଭେଇକିଲ୍ ଇନ୍ସପେକ୍ଟର (ଏମ୍ଭିଆଇ) ପଞ୍ଚାନନ ବେହେରା ଭିଜିଲାନ୍ସ ସ୍କାନରକୁ ଆସିଥିଲେ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଜାନୁଆରୀ ୯ରେ ଭିଜିଲାନ୍ସ ପଞ୍ଚାନନଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉକରି ୩୧ ପ୍ଲଟ୍, ଏକାଧିକ କୋଠା ସମେତ ଅନ୍ୟାନ୍ୟ ସମ୍ପତ୍ତି ଠାବ କରିଥିଲା। ପରେ ପଞ୍ଚାନନଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିପରି ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ଓଏମ୍ଭିଡି ଟ୍ରାଫିକ୍ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା ୧୧ଲକ୍ଷ ୧୯ହଜାର ୧୫୦ଟଙ୍କା ନେଇ ଅସ୍ତରଙ୍ଗସ୍ଥିତ ଘରକୁ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଗତ ୧୧ ତାରିଖ ରାତିରେ ଗିରଫ ହୋଇଥିଲେ। ଏପରିକି ଯାଞ୍ଚବେଳେ ଦୁଇଟି ଘରୁ ଆଉ ୧୩.୮୦ଲକ୍ଷ ଟଙ୍କା ମିଳିଥିଲା। ସୂଚନାଯୋଗ୍ୟ, ଗତବର୍ଷ ଅର୍ଥାତ୍ ୨୦୨୩ରେ ଭିଜିଲାନ୍ସ ୧୬୬ଜଣ ବାବୁଙ୍କୁ ଗିରଫ କରିଥିବାବେଳେ ଚଳିତବର୍ଷ ବ୍ୟାପକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛି।
The post ଦୁଇ ସପ୍ତାହରେ ଗିରଫ ହେଲେଣି ୫ ସରକାରୀ ବାବୁ appeared first on Dharitri Odia News.