ଆଲିଜ୍‌ କର୍ନେଟଙ୍କ ଅବସର

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍‌ କର୍ନେଟ୍‌। ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଚାଇନାର କ୍ୱିନଓ୍ବେନ୍‌ ଝେଙ୍ଗଙ୍କ ନିକଟରୁ ୬-୨, ୬-୧ରେ ପରାଜିତ ହୋଇଥିଲେ କର୍ନେଟ। ଏହି ଟୁର୍ନାମେଣ୍ଟ ପାଇଁ ୩୪ ବର୍ଷୀୟା କର୍ନେଟଙ୍କୁ ଓ୍ବାଇଲ୍ଡ କାର୍ଡ ମିଳିଥିଲା। ଫିଲିପ୍‌ ଚାର୍ଟିଅର କୋର୍ଟରେ ଏହି ମ୍ୟାଚ୍‌ଟି ଖେଳା ଯାଇଥିଲା। ୨୦୦୪ରେ ପ୍ରଫେଶନାଲ କ୍ୟାରିୟର ଆରମ୍ଭ କରିଥିବା କର୍ନେଟ […] The post ଆଲିଜ୍‌ କର୍ନେଟଙ୍କ ଅବସର appeared first on Dharitri Odia News.

ଆଲିଜ୍‌ କର୍ନେଟଙ୍କ ଅବସର

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍‌ କର୍ନେଟ୍‌। ବିଶ୍ୱ ମାନ୍ୟତାର ୭ ନମ୍ବର ସ୍ଥାନରେ ଥିବା ଚାଇନାର କ୍ୱିନଓ୍ବେନ୍‌ ଝେଙ୍ଗଙ୍କ ନିକଟରୁ ୬-୨, ୬-୧ରେ ପରାଜିତ ହୋଇଥିଲେ କର୍ନେଟ। ଏହି ଟୁର୍ନାମେଣ୍ଟ ପାଇଁ ୩୪ ବର୍ଷୀୟା କର୍ନେଟଙ୍କୁ ଓ୍ବାଇଲ୍ଡ କାର୍ଡ ମିଳିଥିଲା। ଫିଲିପ୍‌ ଚାର୍ଟିଅର କୋର୍ଟରେ ଏହି ମ୍ୟାଚ୍‌ଟି ଖେଳା ଯାଇଥିଲା। ୨୦୦୪ରେ ପ୍ରଫେଶନାଲ କ୍ୟାରିୟର ଆରମ୍ଭ କରିଥିବା କର୍ନେଟ ୨୦ ବର୍ଷର କ୍ୟାରିୟରରେ ୬ଟି ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ। କ୍ୟାରିୟର ଶ୍ରେଷ୍ଠ ୧୧ତମ ର଼୍ୟାଙ୍କିଙ୍ଗ ହାସଲ କରିଥିବା କର୍ନେଟ କ୍ରମାଗତ ୬୯ ଗ୍ରାଣ୍ଡସ୍ଲାମରେ ଅଂଶଗ୍ରହଣ କରିଥିଲେ। ମଙ୍ଗଳବାର ମ୍ୟାଚ୍‌ ପରେ ଫ୍ରେଞ୍ଚ ଓପନ ଡିରେକ୍ଟର ତଥା ପୂର୍ବତନ ଟେନିସ୍‌ ଷ୍ଟାର ଆମେଲି ମୌରେସ୍ମୋ ଓ ଫ୍ରେଞ୍ଚ ଟେନିସ୍‌ ଫେଡେରେଶନ ମୁଖ୍ୟ ଗିଲ୍ସ ମୋରେଟ୍ଟନ ଏକ ଫେୟାରଓ୍ବେଲ ଟ୍ରଫି ସହ ଆଲିଜ୍‌ କର୍ନେଟଙ୍କୁ ସମ୍ମାନିତ କରିଥିଲେ।

The post ଆଲିଜ୍‌ କର୍ନେଟଙ୍କ ଅବସର appeared first on Dharitri Odia News.