୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ

ଛତ୍ରପୁର, ୯।୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ଗଞ୍ଜାମ ଜ଼ିଲାପରିଷଦ ବୈଠକ ବୁଧବାର ଜ଼ିଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବସିଛି। ପ୍ରତି ୩ ମାସକୁ ଥରେ ଜ଼ିଲାପରିଷଦ ବୈଠକ ବସିବାର ନିୟମ ଥିବାବେଳେ ଗଞ୍ଜାମରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତବର୍ଷ ଜୁଲାଇରେ ଏହି ବୈଠକ ଭିସି ମାଧ୍ୟମରେ ବସିଥିଲା। ଗତମାସରେ କନିଷ୍ଠ ଶିକ୍ଷକ ତାଲିକା ଅନୁମୋଦନ ନେଇ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଜେଡିର ସମସ୍ତ ଜ଼ିଲାପରିଷଦ ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହ ଜ଼ିଲାପରିଷଦ […] The post ୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ appeared first on Dharitri Odia News.

୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ

ଛତ୍ରପୁର, ୯।୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ଗଞ୍ଜାମ ଜ଼ିଲାପରିଷଦ ବୈଠକ ବୁଧବାର ଜ଼ିଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବସିଛି। ପ୍ରତି ୩ ମାସକୁ ଥରେ ଜ଼ିଲାପରିଷଦ ବୈଠକ ବସିବାର ନିୟମ ଥିବାବେଳେ ଗଞ୍ଜାମରେ ଏହା ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତବର୍ଷ ଜୁଲାଇରେ ଏହି ବୈଠକ ଭିସି ମାଧ୍ୟମରେ ବସିଥିଲା। ଗତମାସରେ କନିଷ୍ଠ ଶିକ୍ଷକ ତାଲିକା ଅନୁମୋଦନ ନେଇ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ବିଜେଡିର ସମସ୍ତ ଜ଼ିଲାପରିଷଦ ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହ ଜ଼ିଲାପରିଷଦ ବୈଠକ ବର୍ଷେ ହେଲା ବସି ନ ଥିବା ନେଇ ପ୍ରଶ୍ନ ଉଠାଇବା ସହ ବୈଠକ ବର୍ଜନ କରି ଚାଲିଯାଇଥିଲେ।

ଏହି ବୈଠକରେ ଜ଼ିଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଜ଼ିଲାରେ ସରକାରଙ୍କ ୭୦ ପ୍ରତିଶତ ଅର୍ଥ ହରିଲୁଟ ହେଉଛି। ଏହା ମୋହନ ମାଝୀ ସରକାର ସାଧାରଣ ଜନତାଙ୍କ ସରକାର। ଏହି ଦୁର୍ନୀତି ମୋହନ ସରକାର ବରଦାସ୍ତ କରିବେନି ବୋଲି ଉପସ୍ଥିତ ଭାଜପା ବିଧାୟକମାନେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ବ୍ରହ୍ମପୁର ଏମପି ପ୍ରଦୀପ ପାଣିଗ୍ରାହୀ, ଆସିକା ଏମପି ଅନିତା ଶୁଭଦର୍ଶନୀ ଗଞ୍ଜାମ ଜ଼ିଲାପାଳ ଦିବ୍ୟଜ୍ୟୋତି ପରିଡା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନସାମନ୍ତରା,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ରେଡ୍ଡୀ, ଜ଼ିଲାପରିଷଦ ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ମଧୁମିତା ପ୍ରମୁଖ ଉପସ୍ଥିତ ଥିଲେ।

The post ୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ appeared first on Dharitri Odia News.