ସୁନିତା କେଜରିୱାଲଙ୍କୁ ଘରେ ଯାଇ ଭେଟିଲେ ମମତା ବାନାର୍ଜୀ
ନୂଆଦିଲ୍ଲୀ : କଥିତ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ମିଳିଛି। ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ସୁନିତା କେଜରିୱାଲଙ୍କୁ ଭେଟିଛନ୍ତି। ଅରବିନ୍ଦ କେଜରିୱାଲ ଗିରଫ ହେବା ପରେ ମମତା ପ୍ରଥମ ଥର ଦିଲ୍ଲୀରେ ତାଙ୍କ ଘରକୁ ଯାଇ ପତ୍ନୀଙ୍କୁ ଭେଟିଛନ୍ତି। ଆମ ଆଦମୀ ପାର୍ଟି (ଆପ) ମୁଖିଆ ଅରବିନ୍ଦ କେଜରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଇଡି ଗିରଫ କରିଥିଲା। ସେବେଠାରୁ (ନିର୍ବାଚନ ପ୍ରଚାର ନିମନ୍ତେ ୨୧ ଦିନ ଜାମିନକୁ ବାଦ ଦେଲେ)ସେ ଏପର୍ଯ୍ୟନ୍ତ ଜେଲରେ ଅଛନ୍ତି। ଇଡି ମାମଲାରେ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିସାରିଛି। ତେବେ ସିବିଆଇ ମାମଲାରେ ଗିରଫ ହୋଇଥିବା ଯୋଗୁ କେଜରିୱାଲ ଜେଲରୁ ମୁକୁଳି ପାରୁ ନାହାନ୍ତି। ଅରବିନ୍ଦ କେଜରିୱାଲ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଭଲ ତାଳମେଳ ରହିଛି। ଉଭୟ ଦଳ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମୁହାଁମୁହିଁ ଲଢୁଛନ୍ତି। ସମୟ ସମୟରେ ମମତା ଓ କେଜରିୱାଲ ପରସ୍ପରକୁ ସମର୍ଥନ ମଧ୍ୟ କରିଛନ୍ତି। ଅନେକବାର ମଞ୍ଚ ସେୟାର ମଧ୍ୟ କରିଛନ୍ତି। ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଏବେ ଦିଲ୍ଲୀଗସ୍ତରେ ଅଛନ୍ତି। ଏଥିରେ ସେ ସମୟ ବାହାର କରି ଶୁକ୍ରବାର କେଜରିୱାଲଙ୍କ ଘରକୁ ବି ଯାଇଥିଲେ। ମମତା ବାନାର୍ଜୀ ଯେବେ କେଜରିୱ
ନୂଆଦିଲ୍ଲୀ : କଥିତ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନ ମିଳିଛି। ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ସୁନିତା କେଜରିୱାଲଙ୍କୁ ଭେଟିଛନ୍ତି। ଅରବିନ୍ଦ କେଜରିୱାଲ ଗିରଫ ହେବା ପରେ ମମତା ପ୍ରଥମ ଥର ଦିଲ୍ଲୀରେ ତାଙ୍କ ଘରକୁ ଯାଇ ପତ୍ନୀଙ୍କୁ ଭେଟିଛନ୍ତି। ଆମ ଆଦମୀ ପାର୍ଟି (ଆପ) ମୁଖିଆ ଅରବିନ୍ଦ କେଜରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଇଡି ଗିରଫ କରିଥିଲା। ସେବେଠାରୁ (ନିର୍ବାଚନ ପ୍ରଚାର ନିମନ୍ତେ ୨୧ ଦିନ ଜାମିନକୁ ବାଦ ଦେଲେ)ସେ ଏପର୍ଯ୍ୟନ୍ତ ଜେଲରେ ଅଛନ୍ତି।
ଇଡି ମାମଲାରେ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିସାରିଛି। ତେବେ ସିବିଆଇ ମାମଲାରେ ଗିରଫ ହୋଇଥିବା ଯୋଗୁ କେଜରିୱାଲ ଜେଲରୁ ମୁକୁଳି ପାରୁ ନାହାନ୍ତି। ଅରବିନ୍ଦ କେଜରିୱାଲ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ଭଲ ତାଳମେଳ ରହିଛି। ଉଭୟ ଦଳ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ମୁହାଁମୁହିଁ ଲଢୁଛନ୍ତି। ସମୟ ସମୟରେ ମମତା ଓ କେଜରିୱାଲ ପରସ୍ପରକୁ ସମର୍ଥନ ମଧ୍ୟ କରିଛନ୍ତି। ଅନେକବାର ମଞ୍ଚ ସେୟାର ମଧ୍ୟ କରିଛନ୍ତି।
ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଏବେ ଦିଲ୍ଲୀଗସ୍ତରେ ଅଛନ୍ତି। ଏଥିରେ ସେ ସମୟ ବାହାର କରି ଶୁକ୍ରବାର କେଜରିୱାଲଙ୍କ ଘରକୁ ବି ଯାଇଥିଲେ। ମମତା ବାନାର୍ଜୀ ଯେବେ କେଜରିୱାଲଙ୍କ ଘରକୁ ପହଞ୍ଚିଲେ ତା ପୂର୍ବରୁ ତାଙ୍କ ସ୍ୱାଗତ ନିମନ୍ତେ ସୁନିତା କେଜରିୱାଲ ଘର ବାହାରେ ଅପେକ୍ଷା କରିଥିଲେ। ସୁନିତା ଫୁଲ ତୋଡା ଦେଇ ମମତାଙ୍କୁ ମୁଖ୍ୟମନ୍ତ୍ରୀ ଆବସକୁ ସ୍ୱାଗତ କରିଥିଲେ। ଏହି ଅବସରରେ ମମତା ବାନାର୍ଜୀ କେଜରିୱାଲଙ୍କ ମାତା ପିତାଙ୍କ ସହ ମଧ୍ୟ କଥା ହୋଇଥିଲେ। ସୁନୀତା କେଜରିୱାଲ ଓ ମମତା ବାନାର୍ଜୀଙ୍କ ସାକ୍ଷାତ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନିବାସରେ ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ମଧ୍ୟ ଉପସ୍ଥିତ ଥିଲେ।
ମମତା ଏହି ସାକ୍ଷାତ ଆଲୋଚନା କାଳରେ ଅରବିନ୍ଦ କେଜରିୱାଲଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଜେଲରେ ତାଙ୍କ ହାଲଚାଲ କିପରି ସେ ନେଇ ସେ ସୁନିତାଙ୍କୁ ପଚାରି ବୁଝିଛନ୍ତି। ଏଥିରେ ମମତା ଏହି ବାର୍ତ୍ତା ଦେଇଛନ୍ତି ଯେ ‘ସଂଘର୍ଷର ଏହି କ୍ଷଣରେ ସେ ଆମ ଆଦମୀ ପାର୍ଟି ଓ ଅରବିନ୍ଦ କେଜରିୱାଲଙ୍କ ସହ ଛିଡା ହୋଇଛନ୍ତି’।