ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର, ଲଗାଯିବ ଅଧିକ ତାଳ ଗଛ

ଭୁବନେଶ୍ବର ୧୬।୫: ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ଅଧିକ ତାଳ ଗଛ ଲଗାଯିବ । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ତାଳ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ଟାର୍ଗେଟ୍‌କୁ ପୂରଣ କରାଯାଇଛି । ପୂର୍ବରୁ ୨୦ ଲକ୍ଷ ଗଛ ଲଗାଯାଇଥିଲା । ଏବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି ବୋଲି ମନ୍ତ୍ରୀ କହିଛନ୍ତି । ଉଲ୍ଲେଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ ବର୍ଷା, ପବନ ସାଙ୍ଗକୁ ଘନଘନ ବଜ୍ରପାତରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ଦିନକରେ ବଜ୍ରପାତ ଘଟି ୧୪ ଜଣଙ୍କ ଜୀବନ ଚାଲିଯାଇଛି । ୨୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଅନେକ ଗୋରୁ ଗାଈଙ୍କର ବି ମୃତ୍ୟୁ ଘଟିଛି । ଖାଲି ସେତିକି ନୁହେଁ, କାଳବୈଶାଖୀ ପବନ ମାଡ଼ରେ ବହୁ ସ୍ଥାନରେ ଘର କାନ୍ଥ, ଛପର ଭାଙ୍ଗିଯାଇଛି ।You Can Read:ଯାଜପୁର ଜିଲ୍ଲାରେ ଟାଟାର ୬୪ ହଜାର କୋଟିର ପ୍ରକଳ୍ପ, ଆସନ୍ତା ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର, ଲଗାଯିବ ଅଧିକ ତାଳ ଗଛ

ଭୁବନେଶ୍ବର ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ଅଧିକ ତାଳ ଗଛ ଲଗାଯିବ । ଏ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି, ବଜ୍ରପାତ ଜନିତ ମୃତ୍ୟୁ ରୋକିବା ପାଇଁ ସରକାର ତତ୍ପର । ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅଧିକ ତାଳ ଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି । ପୂର୍ବ ବର୍ଷ ଟାର୍ଗେଟ୍‌କୁ ପୂରଣ କରାଯାଇଛି । ପୂର୍ବରୁ ୨୦ ଲକ୍ଷ ଗଛ ଲଗାଯାଇଥିଲା । ଏବର୍ଷ ୫ରୁ ୬ କୋଟି ଟଙ୍କାର ତାଳ ଗଛ ଲଗାଇବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି ବୋଲି ମନ୍ତ୍ରୀ କହିଛନ୍ତି । 

ଉଲ୍ଲେଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ ବର୍ଷା, ପବନ ସାଙ୍ଗକୁ ଘନଘନ ବଜ୍ରପାତରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ଶୁକ୍ରବାର ଦିନକରେ ବଜ୍ରପାତ ଘଟି ୧୪ ଜଣଙ୍କ ଜୀବନ ଚାଲିଯାଇଛି । ୨୦ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଅନେକ ଗୋରୁ ଗାଈଙ୍କର ବି ମୃତ୍ୟୁ ଘଟିଛି । ଖାଲି ସେତିକି ନୁହେଁ, କାଳବୈଶାଖୀ ପବନ ମାଡ଼ରେ ବହୁ ସ୍ଥାନରେ ଘର କାନ୍ଥ, ଛପର ଭାଙ୍ଗିଯାଇଛି ।



You Can Read:

ଯାଜପୁର ଜିଲ୍ଲାରେ ଟାଟାର ୬୪ ହଜାର କୋଟିର ପ୍ରକଳ୍ପ, ଆସନ୍ତା ୨୨ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ