ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀମାନେ ସୋମବାରଠାରୁ ନାମାଙ୍କନ ଦାଖଲ କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ପାଇଁ […] The post ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି appeared first on Dharitri Odia News.

ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ଦେଶର ଷଷ୍ଠ ଏବଂ ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଅର୍ଥାତ୍‌ ୩ୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀମାନେ ସୋମବାରଠାରୁ ନାମାଙ୍କନ ଦାଖଲ କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିବ। ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକ ସଭା କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୬ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ସମୟ। ଏହି ପର୍ଯ୍ୟାୟରେ ମୋଟ୍‌ ୪୮ ଲକ୍ଷ ୨୬ ହଜାର ୩୭୫ ଜଣ ପୁରୁଷ ଏବଂ ୪୬ ଲକ୍ଷ ୧୪ ହଜାର ୧୩୪ ଜଣ ମହିଳା ଭୋଟର ଭୋଟ ଦେବେ। ଆସନ୍ତା ୭ ତାରିଖରେ ପ୍ରାର୍ଥତ୍ପତ୍ର ଯାଞ୍ଚ, ୯ ତାରିଖ ସୁଦ୍ଧା ନାମାଙ୍କନ ପ୍ରତ୍ୟାହାରର ଶେଷ ସମୟ ରହିଛି। ସେହିପରି ଏହି ପର୍ଯ୍ୟାୟ ଲାଗି ଆସନ୍ତା ମେ ୨୫ ତାରିଖରେ ଭୋଟ ହେବାକୁ ଥିବାବେଳେ ଜୁନ ୪ ତାରିଖରେ ଭୋଟ୍‌ ଗଣତି ପାଇଁ ସମୟ ଧାର୍ଯ୍ୟ କରାଯାଇଛି।
ତେବେ ତୃତୀୟ ପର୍ଯ୍ୟାୟ ଭୋଟ ଲାଗି ସୋମବାରଠାରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଉଥିବା ବେଳେ ଏଯାଏ ୩ ଦଳ କିଛି ଆସନରେ ପ୍ରାର୍ଥୀ ଦେଇନାହାନ୍ତି। ୩ୟ ପର୍ଯ୍ୟାରେ ହେବାକୁ ଥିବା ପାଲଲହଡା ଏବଂ ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି ଭାଜପା ସର୍ବାଧିକ ୩ଟି ଆସନ ଘସିପୁରା, ବେଗୁନିଆ ଏବଂ ବାରବାଟୀ-କଟକ ବିଧାନସଭା ଆସନ ଯେଉଁଠି ୩ୟ ପର୍ଯ୍ୟାରେ ଭୋଟ୍‌ ହେବାକୁ ଯାଉଛି ସେଠାରେ ଏଯାଏ ପ୍ରାର୍ଥୀ କାହାକୁ କରିବ ସେନେଇ ଘୋଷଣା କରିପାରୁ ନାହିଁ। ପ୍ରାର୍ଥୀ ଘୋଷଣାରେ ସବୁଠାରୁ ଆଗରେ ଥିବା ବିଜେଡି ଏହି ପର୍ଯ୍ୟାୟରେ ହେବାକୁ ଥିବା ଗୋଟିଏ ଆସନ ଖଣ୍ଡପଡା ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ।

The post ଆଜି ୩ୟ ପର୍ଯ୍ୟାୟ ଭୋଟ ଲାଗି ବିଜ୍ଞପ୍ତି appeared first on Dharitri Odia News.