ବଡ଼ ଧରଣର IED ବିସ୍ଫୋରଣ,ଅଳ୍ପକେ ବର୍ତ୍ତୀଲେ ଯବାନ

ଭୁବନେଶ୍ବର: ଯବାନଙ୍କ କୁମ୍ବିଂ ଅପରେସନ ବେଳେ ବଡ଼ ଧରଣର IED ବିସ୍ଫୋରଣ । ଅଳ୍ପକେ ବର୍ତ୍ତୀଲେ ଯବାନ ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥ -୬୩ ଗୋର୍ଲା ନାଲା ନିକଟରେ ଘଟିଛି ବିସ୍ଫୋରଣ । ଏଥିରେ ସୁରକ୍ଷା ବାହିନୀଙ୍କ ପିକ୍‌ଅପ୍‌ ଭ୍ୟାନ୍‌ ଅଳ୍ପକେ ବର୍ତ୍ତି ଯାଇଛି। ଏଥିଯୋଗୁ ରାସ୍ତାରେ ବିଶାଳ ଗର୍ଭ ସୃଷ୍ଟି ହାଇଛି। ଗତକାଲି ଛତିଶଗଡ଼ ବିଜାପୁରରେ କୁମ୍ୱିଂ ଅପରେସନ୍ ସାରି ଫେରିବା ସମୟରେ ଯବାନଙ୍କ ଭ୍ୟାନ ଉପରେ ହୋଇଥିଲା ଲ୍ୟାଣ୍ଡମାଇନ୍ […]

ବଡ଼ ଧରଣର IED  ବିସ୍ଫୋରଣ,ଅଳ୍ପକେ ବର୍ତ୍ତୀଲେ ଯବାନ
ବଡ଼ ଧରଣର IED ବିସ୍ଫୋରଣ,ଅଳ୍ପକେ ବର୍ତ୍ତୀଲେ ଯବାନ

ଭୁବନେଶ୍ବର: ଯବାନଙ୍କ କୁମ୍ବିଂ ଅପରେସନ ବେଳେ ବଡ଼ ଧରଣର IED ବିସ୍ଫୋରଣ । ଅଳ୍ପକେ ବର୍ତ୍ତୀଲେ ଯବାନ ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଓ ଭୋପାଳପାଟନମ୍‌ ଜାତୀୟ ରାଜପଥ -୬୩ ଗୋର୍ଲା ନାଲା ନିକଟରେ ଘଟିଛି ବିସ୍ଫୋରଣ । ଏଥିରେ ସୁରକ୍ଷା ବାହିନୀଙ୍କ ପିକ୍‌ଅପ୍‌ ଭ୍ୟାନ୍‌ ଅଳ୍ପକେ ବର୍ତ୍ତି ଯାଇଛି। ଏଥିଯୋଗୁ ରାସ୍ତାରେ ବିଶାଳ ଗର୍ଭ ସୃଷ୍ଟି ହାଇଛି।

ଗତକାଲି ଛତିଶଗଡ଼ ବିଜାପୁରରେ କୁମ୍ୱିଂ ଅପରେସନ୍ ସାରି ଫେରିବା ସମୟରେ ଯବାନଙ୍କ ଭ୍ୟାନ ଉପରେ ହୋଇଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମାତ୍ର ବିସ୍ଫୋରଣ ପୂର୍ବରୁ ଏହି ରାସ୍ତା ପିକ୍‌ଅପ୍‌ ପ୍ରାୟତଃ ଅତିକ୍ରମ କରିସାରିଥିବାରୁ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି । ତେବେ ପରେ ମାଓବାଦୀଙ୍କ ଏବଂ ଯବାନଂକ ମଧ୍ୟରେ ଗୁଳି ବିନିମୟ ଘଟି ୨ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି I ଘଟଣାସ୍ଥଳରେ ଅତିରିକ୍ତ ସୁରକ୍ଷାବାହିନୀ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ବିସ୍ଫୋରଣ ଯୋଗୁ ରାସ୍ତାରେ ସୃଷ୍ଟି ହୋଇଥିବା ବିଶାଳ ଗର୍ତ୍ତକୁ ପୋତି ଯାନବାହନ ଚଳାଚଳକୁ ସ୍ବାଭାବିକ କରିବା ଲାଗି ପଦପେକ୍ଷ ଆରମ୍ଭ ହୋଇଛି।