ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବିଏମସି ସଫେଇ କର୍ମଚାରୀ ସଂଘର ସମ୍ପାଦକ ସହଦେବ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶେଇ ଓରଫ ସୁଶାନ୍ତ ନାୟକକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ତାକୁ କଟକ ଜିଲ୍ଲା କାନପୁର ଅଞ୍ଚଳରୁ ମଞ୍ଚେଶ୍ବର ଥାନା ପୋଲିସ ଗିରଫ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଖଳନାୟିକା ରମା ବେୱା ଗତ ମାସ ୧୬ ତାରିଖରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ୪୦ ଦିନର ଲୁଚକାଳି ଖେଳ ଖେଳିବା ପରେ ରମା […]

ସହଦେବ ନାୟକ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବିଏମସି ସଫେଇ କର୍ମଚାରୀ ସଂଘର ସମ୍ପାଦକ ସହଦେବ ନାୟକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶେଇ ଓରଫ ସୁଶାନ୍ତ ନାୟକକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ତାକୁ କଟକ ଜିଲ୍ଲା କାନପୁର ଅଞ୍ଚଳରୁ ମଞ୍ଚେଶ୍ବର ଥାନା ପୋଲିସ ଗିରଫ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଖଳନାୟିକା ରମା ବେୱା ଗତ ମାସ ୧୬ ତାରିଖରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ୪୦ ଦିନର ଲୁଚକାଳି ଖେଳ ଖେଳିବା ପରେ ରମା ପୁଲିସକୁ ଧରାଦେଇଥିଲା। ପୋଲିସ ତା’ ସମ୍ପତ୍ତି ବାଜ୍ୟାପ୍ତି କରିବ ଭୟ ଦେଖାଇବା ପରେ ଅନ୍ୟ ବାଟ ନପାଇ ରମା ମଞ୍ଚେଶ୍ବର ଥାନାରେ ପହଞ୍ଚି ହାତ ଟେକିଦେଇଥିଲା।