ନିର୍ବାଚନ ପୂର୍ବରୁ ସୁନକଙ୍କ କଞ୍ଜରଭେଟିଭ୍ ଦଳରେ ୭୮ ସାଂସଦଙ୍କ ଇସ୍ତଫା

ଲଣ୍ଡନ: ଜୁଲାଇ ୪ ତାରିଖରେ ବ୍ରିଟେନରେ ସାଧାରଣ ନିର୍ବାଚନ ହେବ। ନିର୍ବାଚନ ତାରିଖ ଘୋଷଣା ପରେ ଶାସକ କଞ୍ଜରଭେଟିଭ୍ ପାର୍ଟି ମୁଖିଆ ତଥା ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟତମ ରାଜନୈତିକ ସହଯୋଗୀଙ୍କ ସହ ଅନ୍ୟ ଅଞ୍ଚଳ ଗସ୍ତରେ ଅଛନ୍ତି। ଏହି ସମୟରେ ଦଳର ଦୁଇ ପୁରୁଖା ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଏହି ପଦକ୍ଷେପ ପରେ ଦଳରୁ ଇସ୍ତଫା ଦେଇଥିବା ସାଂସଦ ଓ ସଦସ୍ୟଙ୍କ ସଂଖ୍ୟା ୭୮ ଛୁଇଁଛି। ଦୁଇ ଦିନ […]

ନିର୍ବାଚନ ପୂର୍ବରୁ ସୁନକଙ୍କ କଞ୍ଜରଭେଟିଭ୍ ଦଳରେ ୭୮ ସାଂସଦଙ୍କ ଇସ୍ତଫା

ଲଣ୍ଡନ: ଜୁଲାଇ ୪ ତାରିଖରେ ବ୍ରିଟେନରେ ସାଧାରଣ ନିର୍ବାଚନ ହେବ। ନିର୍ବାଚନ ତାରିଖ ଘୋଷଣା ପରେ ଶାସକ କଞ୍ଜରଭେଟିଭ୍ ପାର୍ଟି ମୁଖିଆ ତଥା ପ୍ରଧାନମନ୍ତ୍ରୀ ଋଷି ସୁନକ ନିକଟତମ ରାଜନୈତିକ ସହଯୋଗୀଙ୍କ ସହ ଅନ୍ୟ ଅଞ୍ଚଳ ଗସ୍ତରେ ଅଛନ୍ତି। ଏହି ସମୟରେ ଦଳର ଦୁଇ ପୁରୁଖା ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଦଳରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଏହି ପଦକ୍ଷେପ ପରେ ଦଳରୁ ଇସ୍ତଫା ଦେଇଥିବା ସାଂସଦ ଓ ସଦସ୍ୟଙ୍କ ସଂଖ୍ୟା ୭୮ ଛୁଇଁଛି। ଦୁଇ ଦିନ ମଧ୍ୟରେ ଦୁଇ କ୍ୟାବିନେଟ ମନ୍ତ୍ରୀ ମାଇକେଲ୍ ଗୋଭ୍ ଓ ଆଣ୍ଡ୍ରେ ଲେଡ୍ସମ୍ ଦଳ ଛାଡ଼ିଛନ୍ତି। ଆସନ୍ତା ନିର୍ବାଚନରେ ଉଭୟ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାକୁ ମିଶାଇ ଦଳରୁ ଇସ୍ତଫା ଦେଇଥିବା ଦଳୀୟ ସଦସ୍ୟ ଓ ସାଂସଦଙ୍କ ସଂଖ୍ୟା ୭୮ ହୋଇଛି। ମନ୍ତ୍ରୀ ଗୋଭ୍ ନିଜର ଇସ୍ତଫା ଓ ନିର୍ବାଚନରୁ ଦୂରେଇ ରହିବା ପ୍ରସଙ୍ଗ ପ୍ରଥମେ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ତେବେ ନିର୍ବାଚନ ଘୋଷଣା ହେବା ପରେ ପ୍ରଥମ ଚରଣ ପ୍ରଚାର କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖି ଋଷି ସୁନକଙ୍କ ଏଭଳି ଲଣ୍ଡନ ବାହାରକୁ ଚାଲିଯିବା ଘଟଣାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଅପରପକ୍ଷରେ, ବିରୋଧୀ ଲେବର ପାର୍ଟିର ସାଂସଦ ଷ୍ଟେଲା କ୍ରିଜି ସାମାଜିକ ଗଣମାଧ୍ୟମରେ ଋଷିଙ୍କୁ ସମାଲୋଚନା କରି କହିଛନ୍ତି ଯେ ସୁନକ ଏବେ ଛୁଟି ଚାହୁଛନ୍ତି। ବ୍ରିଟେନ୍ ମଧ୍ୟ ଏକ ନୂତନ ସରକାର ଚାହୁଛି।