୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀଓ ସହଯୋଗୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଂ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ତହସିଲ ଅଫିସର କନିଷ୍ଠ କିରାଣୀ ଗାଲେଖ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ଜବତ ହୋଇଛି ରଙ୍ଗ ବୋଳା ଟଙ୍କା । ଆଜି ଟଙ୍କା ନେବା ପରେ […]

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ରାଜସ୍ୱ ବିଭାଗ କିରାଣୀଓ ସହଯୋଗୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଏକ ଜମି ଚିହ୍ନଟ ଫାଇଲ ପ୍ରୋସେସିଂ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ତହସିଲ ଅଫିସର କନିଷ୍ଠ କିରାଣୀ ଗାଲେଖ ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ଜବତ ହୋଇଛି ରଙ୍ଗ ବୋଳା ଟଙ୍କା । ଆଜି ଟଙ୍କା ନେବା ପରେ ଟଙ୍କାକୁ ତାଙ୍କ ସହଯୋଗୀ ଅରୁଣ ସେଠଙ୍କୁ ହସ୍ତାନ୍ତର କରିଥିଲେ। ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ଗାଲେଖ ନାୟକଙ୍କ ଅଫିସ ସମେତ ଗୋଲେଖଙ୍କ ୨ଟି ସ୍ଥାନରେ ଚଢାଉ ଜାରି। ସହଯୋଗୀ ଅରୁଣ ସେଠ ଅଟକ ରଖି ଚାଲିଛି ପଚରାଉଚରା।
ସୂଚନାନୁସାରେ,ଜମି ଡିମାରକେସନ ପାଇଁ ଅଭିଯୋଗକାରୀଙ୍କୁ ବାରମ୍ବାର ଦୌଡ଼ାଇଥିଲେ ତହସିଲ କିରାଣୀ ଗାଲେଖ ନାୟକ । ଟଙ୍କା ନ ଦେଲେ କାମ ହେବନି ବୋଲି କହି ଆସୁଥିଲେ ଗୋଲକ । ତେବେ ୩୦ ହଜାର ଟଙ୍କା ଦେଲେ କାମ ହେବ ବୋଲି କହିଥିଲେ । ଶେଷରେ ବାଧ୍ୟ ହୋଇ ଅନନ୍ତ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଉ ଆଜି ପୂର୍ବ ଯୋଜନା ମୁତାବକ ତହସିଲ କାର୍ଯ୍ୟାଳୟରେ ଗାଲେଖ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସି ଥିଲା। ଏହାସହ ତାଙ୍କୁ ସହଯୋଗ କରୁଥିବା ଅରୁଣ ସେଠଙ୍କୁ ମଧ୍ୟ ଧରାପଡିଥିଲେ ।