ଘଣ୍ଟ ବଜାଇ ପ୍ରତିବାଦ କଲା କଂଗ୍ରେସ
ଭୁବନେଶ୍ୱର : ନିଆରା ଢଙ୍ଗରେ କଂଗ୍ରେସର ପ୍ରତିବାଦ। ଘଣ୍ଟ ବାଡେଇ ପ୍ରତିବାଦ କରିଛି କଂଗ୍ରେସ। ଆଜି ସକାଳେ ଘଣ୍ଟ ବାଡ଼େଇ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନରୁ ପଦଯାତ୍ରାରେ ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଦୀପଦାନ କରି ପୋଲିସ ମାଡ଼ରେ ଆହତ କର୍ମୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକନଗରସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଯାଇଥିଲେ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକମାନେ କହିଛନ୍ତି, ଆମେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲ, […]

ଭୁବନେଶ୍ୱର : ନିଆରା ଢଙ୍ଗରେ କଂଗ୍ରେସର ପ୍ରତିବାଦ। ଘଣ୍ଟ ବାଡେଇ ପ୍ରତିବାଦ କରିଛି କଂଗ୍ରେସ। ଆଜି ସକାଳେ ଘଣ୍ଟ ବାଡ଼େଇ କଂଗ୍ରେସ ବିଧାୟକମାନେ କଂଗ୍ରେସ ଭବନରୁ ପଦଯାତ୍ରାରେ ଏକ ମନ୍ଦିରକୁ ଯାଇଥିଲେ। ସେଠାରେ ଦୀପଦାନ କରି ପୋଲିସ ମାଡ଼ରେ ଆହତ କର୍ମୀଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ ବାଡେଇ ଅଶୋକନଗରସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ଯାଇଥିଲେ କଂଗ୍ରେସ ବିଧାୟକ । କଂଗ୍ରେସ ବିଧାୟକମାନେ କହିଛନ୍ତି, ଆମେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲ, ସେ ବିଜେପିକୁ ସଦବୁଦ୍ଧି ପ୍ରଦାନ କରନ୍ତୁ। ଗୁରୁବାର ବିକ୍ଷୋଭ ସ୍ଥଳରେ ପୋଲିସ ଆକ୍ରମଣରେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କ ଆଶୁ ଆରୋଗ୍ୟ କାମନା କରି ରାଲି କରିଛନ୍ତି ।