ନଦୀ ବାଲିରୁ ନବଜାତକ ଉଦ୍ଧାର

ଉଦଳା: ନଦୀ ବାଲିରୁ ବ୍ୟାଗରେ ଭର୍ତିହୋଇଥିବା ନବଜାତକ ଶିଶୁପୁତ୍ର ଉଦ୍ଧାର । ନବଜାତକକୁ କେହି ଜଣେ ବ୍ୟାଗରେ ଭର୍ତି କରି ପୋଲ ଉପରୁ ତଳକୁ ଫୋପାଡ଼ି ଦେଇ ଚାଲି ଯାଇଥିଲେ । ତେବେ ଏହିସମୟରେ ସେଠାରେ ଏକ ଶିଶୁର କାନ୍ଦ ଶୁଣାଯିବାରୁ ନଦୀରେ ଗାଧୋଉଥିବା କିଛି ମହିଳା ଏହାକୁ ଉଦ୍ଧାର କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଉଦଳା ଅଂଚଳରେ। ଉଦଳା ଥାନା ଅଠଣଗାଁ ନିକଟରେ ଥିବା ସୋନ ନଦୀ ପୋଲ […]

ନଦୀ ବାଲିରୁ ନବଜାତକ ଉଦ୍ଧାର
ନଦୀ ବାଲିରୁ ନବଜାତକ ଉଦ୍ଧାର

ଉଦଳା: ନଦୀ ବାଲିରୁ ବ୍ୟାଗରେ ଭର୍ତିହୋଇଥିବା ନବଜାତକ ଶିଶୁପୁତ୍ର ଉଦ୍ଧାର । ନବଜାତକକୁ କେହି ଜଣେ ବ୍ୟାଗରେ ଭର୍ତି କରି ପୋଲ ଉପରୁ ତଳକୁ ଫୋପାଡ଼ି ଦେଇ ଚାଲି ଯାଇଥିଲେ । ତେବେ ଏହିସମୟରେ ସେଠାରେ ଏକ ଶିଶୁର କାନ୍ଦ ଶୁଣାଯିବାରୁ ନଦୀରେ ଗାଧୋଉଥିବା କିଛି ମହିଳା ଏହାକୁ ଉଦ୍ଧାର କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ଉଦଳା ଅଂଚଳରେ।

ଉଦଳା ଥାନା ଅଠଣଗାଁ ନିକଟରେ ଥିବା ସୋନ ନଦୀ ପୋଲ ତଳେ ସ୍ଥାନୀୟ ମହିଳାମାନେ ଗାଧୋଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ପରିବା ବ୍ୟାଗ ଭିତରେ ଖବରକାଗଜ ରଖି ସେଥି ମଧ୍ୟରେ ଶିଶୁପୁତ୍ରକୁ ରଖି ଫୋପାଡି ଦେଇ ଚାଲିଯାଇଥିଲେ। ତେବେ କିଛି ସମୟ ପରେ ସେହି ବ୍ୟାଗ ଭିତରୁ ଶୁଭିଥିଲା ଛୋଟ ଶିଶୁ କାନ୍ଦିବାର ଶବ୍ଦ । ଯାହାକୁ ଶୁଣିଥିଲେ ସେଠାରେ ଗାଧୋଉଥିବା ଲୋକେ ।

ଦୌଡିଯାଇ ବ୍ୟାଗ ଖୋଲି ଦେଖିବାରୁ ପରିବା ବ୍ୟାଗ ଭିତରେ ଜଣେ ନବଜାତକ ଶିଶୁପୁତ୍ର ଥିବା ଦେଖିବାକୁ ପାଇଥିଲେ । ସୌଭାଗ୍ୟବଶତଃ ବ୍ୟାଗଟି ପଥର ଉପରେ ନ ପଡି ବାଲିରେ ପଡିଥିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଶିଶୁପୁତ୍ରକୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତି କରିଛନ୍ତି । ତେବେ ନବଜାତକ ଶିଶୁପୁତ୍ରଟି ଆଜି ଜନ୍ମ ନେଇଥିବା ଜଣାପଡିଛି । ମେଡିକାଲରେ ଏବେ ନବଜାତକ ଶିଶୁଟି ଚିକିତ୍ସାଧୀନ ଅଛି ।