ଇଣ୍ଡି ମେଣ୍ଟକୁ ନା, ଦିଲ୍ଲୀରେ ଆପ୍ ଏକାକୀ ଲଢ଼ିବ: କେଜ୍ରିୱାଲ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ କଂଗ୍ରେସ ତଥା ଇଣ୍ଡି ମେଣ୍ଟକୁ ବଡ଼ ଝଟ୍କା ଦେଇଛନ୍ତି। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ଘୋଷଣା କରିବା ସହ ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହେଉଥିବା ବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅନେକ ହାଇପ୍ରୋଫାଇଲ ଦଳବଦଳ […]

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ କଂଗ୍ରେସ ତଥା ଇଣ୍ଡି ମେଣ୍ଟକୁ ବଡ଼ ଝଟ୍କା ଦେଇଛନ୍ତି। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ଘୋଷଣା କରିବା ସହ ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହେଉଥିବା ବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅନେକ ହାଇପ୍ରୋଫାଇଲ ଦଳବଦଳ ହୋଇସାରିଛି ଏବଂ ଅନେକ କଂଗ୍ରେସ ଓ ବିଜେପି ନେତା ଆପ୍ରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ଇଣ୍ଡି ମେଣ୍ଟ ସହଯୋଗୀମାନେ ଆପ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯୋଜଜନା କରୁଥିବା ବେଳେ କେଜ୍ରୱାଲଙ୍କ ଏକପାଖିଆ ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ କାହା ସହ କୌଣସି ମେଣ୍ଟ କରିବ ନାହିଁ। କେଜ୍ରିୱାଲଙ୍କ ଏହି ଘୋଷଣା ଇଣ୍ଡି ମେଣ୍ଟରେ ବିଭାଜନର ସଙ୍କେତ ଦେଉଥିବା ବେଳେ ବିଜେପିକୁ ଏହା ସୁହାଇବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଆପ୍ ଓ କଂଗ୍ରେସ ଚଳିତ ବର୍ଷ ଦିଲ୍ଲୀରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ଉଭୟ ଦଳ ଗୋଟିଏ ବି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇନଥିବା ବେଳେ ବିଜେପି ସମସ୍ତ ଆସନ ପୋଛି ନେଇଥିଲା।