ସ୍ବଦେଶ ଫେରିବେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ

ପାରାଦ୍ଵୀପ:ସ୍ବଦେଶ ଫରିବେ ପାରାଦ୍ୱୀପରେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ। ସଂପୂର୍ଣ୍ଣ ଯାଞ୍ଚ ପରେ ଏଵେ ସେମାନେ ନିଜ ଦେଶକୁ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଭାରତୀୟ ଜଳ ସୀମା ଭିତରକୁ ପଶି ଆସିଥିବା ୭୮ ଜଣ ବାଙ୍ଗଲାଦେଶୀ ନିଜ ଦେଶକୁ ଫେରିବେ। ଯାଞ୍ଚରୁ ଜଣାପଡିଛି ଏମାନେ ଅନୁପ୍ରବେଶକାରୀ ନୁହନ୍ତି ଏମାନେ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଆସିଥିଲେ। ଭୁଲ ବଶତଃ ଏମାନେ ଭାରତୀୟ ଜଳସୀମା ପ୍ରବେଶ କରିବା ପରେ ଭାରତୀୟ କୋଷ୍ଟଗାର୍ଡ ଏମାନଂକୁ ଅଟକ ରଖିଥିଲା ଜଣାପଡିଛି […]

ସ୍ବଦେଶ ଫେରିବେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ

ପାରାଦ୍ଵୀପ:ସ୍ବଦେଶ ଫରିବେ ପାରାଦ୍ୱୀପରେ ଅଟକ ଥିବା ବାଙ୍ଗଲାଦେଶୀ ମତ୍ସ୍ୟଜୀବୀ। ସଂପୂର୍ଣ୍ଣ ଯାଞ୍ଚ ପରେ ଏଵେ ସେମାନେ ନିଜ ଦେଶକୁ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଭାରତୀୟ ଜଳ ସୀମା ଭିତରକୁ ପଶି ଆସିଥିବା ୭୮ ଜଣ ବାଙ୍ଗଲାଦେଶୀ ନିଜ ଦେଶକୁ ଫେରିବେ। ଯାଞ୍ଚରୁ ଜଣାପଡିଛି ଏମାନେ ଅନୁପ୍ରବେଶକାରୀ ନୁହନ୍ତି ଏମାନେ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଆସିଥିଲେ। ଭୁଲ ବଶତଃ ଏମାନେ ଭାରତୀୟ ଜଳସୀମା ପ୍ରବେଶ କରିବା ପରେ ଭାରତୀୟ କୋଷ୍ଟଗାର୍ଡ ଏମାନଂକୁ ଅଟକ ରଖିଥିଲା

ଜଣାପଡିଛି ଭାରତ ସରକାର ସେମାନଙ୍କୁ କ୍ଷମା କରିଥିବା ବେଳେ ଭାରତୀୟ ଦୁତାବାସ ଓ ବାଙ୍ଗଲାଦେଶ ଦୂତାବାସ ମଧ୍ୟରେ ଆଲୋଚନା ସରିଛି। ସେମାନଙ୍କ ନିକଟରେ ଥିବା ସମସ୍ତ କାଗଜପତ୍ର ଠିକ ଅଛି ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି।ଖୁବ ଶୀଘ୍ର ସେମାନେ ନିଜ ଦେଶକୁ ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି।