ବିଜୟ ଶେଖର ଶର୍ମାଙ୍କୁ ନୋଟିସ ପଠାଇଲା ସେବି, ୯ ପ୍ରତିଶତ ଖସିଲା ପେଟିଏମ୍ ସେୟାର ମୂଲ୍ୟ
ନୂଆଦିଲ୍ଲୀ: ବଜାର ନିୟାମକ ସେବି ପେଟିଏମ୍ର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନ ଲିମିଟେଡ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହାସହ ଆଇପିଓ ସମୟରେ ବୋର୍ଡ ମେମ୍ୱର ଥିବା ଲୋକଙ୍କୁ ନୋଟିସ ଜାରି କରାଯାଇଛି । ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ଏହି ନୋଟିସ ଭୁଲ ତଥ୍ୟ ଉପସ୍ଥାପନ ସହ ଜଡିତ । ପେଟିଏମ୍ ଆଇପିଓ ୨୦୨୧ ନଭେମ୍ୱର ମାସରେ ଆସିଥିଲା । ଉଲ୍ଲେଖଯୋଗ୍ୟ ଯେ ସେବି ନୋଟିସ ପରେ ସୋମବାର କମ୍ପାନି ସେୟାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ପେଟିଏମ୍ ସେୟାର ଶୁକ୍ରବାର କ୍ଲୋଜିଂ ତୁଳନାରେ ୯ ପ୍ରତିଶତ ଯାଏ ତଳକୁ ଖସିଛି ।ପେଟିଏମ୍କୁ ଜାରି କରାଯାଇଥିବା ଏହି ନୋଟିସ ପ୍ରମୋଟର କ୍ଲାସିଫିକେସନ ନିୟମକୁ କଥିତ ରୂପେ ଉଲ୍ଲଂଘନ ସହ ଜଡ଼ିତ । ରିପୋର୍ଟ ଅନୁସାରେ ଏହି ତଦନ୍ତ ଆରବିଆଇ ଦ୍ୱାରା ମିଳିଥିବା ଇନ୍ପୁଟ୍ ଆଧାରରେ ଆରମ୍ଭ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ପେଟିଏମ୍ ବ୍ୟାଙ୍କର ତଦନ୍ତ ପରେ ଚଳିତ ବର୍ଷ ଆରମ୍ଭରେ ଆରବିଆଇ କଡ଼ା ଆକ୍ସନ ନେଇଥିଲା ।ରିପୋର୍ଟ ଅନୁସାରେ ସେବି ନୋଟିସର ମୁଖ୍ୟ ବିନ୍ଦୁରେ କୁହାଯାଇଛି ଯେ ବିଜୟ ଶେଖର ଶର୍ମାଙ୍କୁ ପ୍ରମୋଟର୍ସ ରୂପେ ଦର୍ଶାଯିବାର ଥିଲା । ଯେତେବେଳେ କମ୍ପାନି ଆଇପିଓ ଆଣିଥିଲା, ସେତେବେଳେ ତାଙ୍କ ପାଖରେ କେବଳ ଜଣେ କର୍ମଚାରୀ ବ୍ୟତୀତ ମ୍ୟାନେଜମେଣ୍ଟର କଣ୍ଟ୍ରୋଲ ଥିଲା । ସେବି ଏଥିପାଇଁ ସେହି ସମୟର ନିର୍ଦ୍ଦେଶକଙ୍କୁ ମଧ୍ୟ ନୋଟିସ ଜ
ନୂଆଦିଲ୍ଲୀ: ବଜାର ନିୟାମକ ସେବି ପେଟିଏମ୍ର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନ ଲିମିଟେଡ୍ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଏହାସହ ଆଇପିଓ ସମୟରେ ବୋର୍ଡ ମେମ୍ୱର ଥିବା ଲୋକଙ୍କୁ ନୋଟିସ ଜାରି କରାଯାଇଛି । ମନି କଣ୍ଟ୍ରୋଲ ରିପୋର୍ଟ ଅନୁସାରେ ଏହି ନୋଟିସ ଭୁଲ ତଥ୍ୟ ଉପସ୍ଥାପନ ସହ ଜଡିତ । ପେଟିଏମ୍ ଆଇପିଓ ୨୦୨୧ ନଭେମ୍ୱର ମାସରେ ଆସିଥିଲା । ଉଲ୍ଲେଖଯୋଗ୍ୟ ଯେ ସେବି ନୋଟିସ ପରେ ସୋମବାର କମ୍ପାନି ସେୟାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ପେଟିଏମ୍ ସେୟାର ଶୁକ୍ରବାର କ୍ଲୋଜିଂ ତୁଳନାରେ ୯ ପ୍ରତିଶତ ଯାଏ ତଳକୁ ଖସିଛି ।
ପେଟିଏମ୍କୁ ଜାରି କରାଯାଇଥିବା ଏହି ନୋଟିସ ପ୍ରମୋଟର କ୍ଲାସିଫିକେସନ ନିୟମକୁ କଥିତ ରୂପେ ଉଲ୍ଲଂଘନ ସହ ଜଡ଼ିତ । ରିପୋର୍ଟ ଅନୁସାରେ ଏହି ତଦନ୍ତ ଆରବିଆଇ ଦ୍ୱାରା ମିଳିଥିବା ଇନ୍ପୁଟ୍ ଆଧାରରେ ଆରମ୍ଭ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ ପେଟିଏମ୍ ବ୍ୟାଙ୍କର ତଦନ୍ତ ପରେ ଚଳିତ ବର୍ଷ ଆରମ୍ଭରେ ଆରବିଆଇ କଡ଼ା ଆକ୍ସନ ନେଇଥିଲା ।
ରିପୋର୍ଟ ଅନୁସାରେ ସେବି ନୋଟିସର ମୁଖ୍ୟ ବିନ୍ଦୁରେ କୁହାଯାଇଛି ଯେ ବିଜୟ ଶେଖର ଶର୍ମାଙ୍କୁ ପ୍ରମୋଟର୍ସ ରୂପେ ଦର୍ଶାଯିବାର ଥିଲା । ଯେତେବେଳେ କମ୍ପାନି ଆଇପିଓ ଆଣିଥିଲା, ସେତେବେଳେ ତାଙ୍କ ପାଖରେ କେବଳ ଜଣେ କର୍ମଚାରୀ ବ୍ୟତୀତ ମ୍ୟାନେଜମେଣ୍ଟର କଣ୍ଟ୍ରୋଲ ଥିଲା । ସେବି ଏଥିପାଇଁ ସେହି ସମୟର ନିର୍ଦ୍ଦେଶକଙ୍କୁ ମଧ୍ୟ ନୋଟିସ ଜାରି କରିଛି । ସେବି ନିଜ ନୋଟିସରେ ବିଜୟ ଶେଖର ଶର୍ମାଙ୍କ ଏହି ପଦକ୍ଷେପକୁ ଅନ୍ୟ ସଦସ୍ୟମାନେ କାହିଁକି ସମର୍ଥନ କରିଥିଲେ ବୋଲି ପ୍ରଶ୍ନ କରିଛି । ସେବି ନିୟମ ଅନୁସାରେ ଯଦି ବିଜୟ ଶେଖର ଶର୍ମା ପ୍ରମୋଟର୍ସ ଭାବେ ଦର୍ଶାଇଥାନ୍ତେ ତେବେ କର୍ମଚାରୀ ଷ୍ଟକ୍ସ ଅପସନ (ESOPs) ହୋଇନଥାନ୍ତେ ।
ବିଜୟ ଶେଖର ଶର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗ
- ଗୋଟିଏ ପ୍ରକ୍ସି କନସଲଟେନ୍ସି ଫର୍ମ ପେଟିଏମର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେସନରେ ବିଜୟ ଶେଖର ଶର୍ମାଙ୍କ ଅଂଶଧନ ସହ ଆଇପିଓ ପୂର୍ବରୁ କମ୍ପାନି ଦ୍ୱାରା ତାଙ୍କୁ ଜାରି କରାଯାଇଥିବା କର୍ମଚାରୀ ଷ୍ଟକ୍ସ ଅପସନ (ESOPs) ଉପରେ ପ୍ରଶ୍ନ ଉଠାଇଥିଲା ।
- ଷ୍ଟକ୍ ଏକ୍ସଚେଞ୍ଜ ଡିସକ୍ଲୋଜର ଅନୁସାରେ ବିଜୟ ଶେଖର ଶର୍ମା ୱାନ୯୭ କମ୍ୟୁନିକେସନର ପ୍ରତିଷ୍ଠାତା ଏବଂ ସିଇଓ, କିନ୍ତୁ ପ୍ରୋମୋଟର ଭାବେ କ୍ଲାସିଫାଇଡ୍ ନୁହେଁ ।
- ଜଣେ ନନ୍-ରିଟାୟରିଂ ଡାଇରେକ୍ଟର ଭାବେ ବିଜୟ ଶର୍ମା କମ୍ପାନିର ଅଧ୍ୟକ୍ଷତା କରନ୍ତି ଏବଂ ତାଙ୍କ ପାଖରେ ଅତି କମରେ ୨.୫% ଅଂଶଧନ ଥିଲେ ତାଙ୍କୁ ବୋର୍ଡ ସିଟ୍ର ଅଧିକାର ରହିଛି ।