IPL 2024 : ଅହମ୍ମଦାବାଦରେ SRH-KKR ମୁକାବିଲା, ଜିତିଲେ ଫାଇନାଲ ଟିକେଟ୍
ଅହମ୍ମଦବାଦ ୨୧।୦୫ : ଆଇପିଏଲ୍ ୨୦୨୪ । ସରିଛି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ । ଏବେ କ୍ୱାଲିଫାୟର ମୁକାବିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଉଭୟ ଟିମ୍ଙ୍କ ମଧ୍ୟରୁ ଜିଏ ଜିତିବ । ସିଏ ପ୍ରଥମ ଦଳ ଭାବେ ଫାଇନାଲରେ କରିବ ଏଣ୍ଟ୍ରି । ଆଉ ପରାସ୍ତ ହୋଇଥିବା ଟିମ୍ କ୍ୱାଲିଫାୟର-୨ରେ ଖେଳିବ । ବର୍ତ୍ତମାନ ଯାଏଁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦୁଇ ଟପ୍ ଟିମ୍ ରହିଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଉଭୟ ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂର ଜବରଦସ୍ତ ଫର୍ମରେ ରହିଛନ୍ତି । ତେଣୁ ଆଜରି ମ୍ୟାଚ୍ରେ ଜବରଦସ୍ତ ହେବ ଲଢେଇ । ଦେଖିବାକୁ ମିଳିବ ରୋମାଞ୍ଚକର ମୁକାବିଲା । ଅହମ୍ମଦାବାଦରେ ହେବ ରନ୍ ବର୍ଷା । କାହିଁକି ନା ଉଭୟ ଦଳର ବ୍ୟାଟର ଜବରଦସ୍ତ ଫର୍ମରେ ରହିଛନ୍ତି । ତେବେ କୋଲକାତା ନାଇଟ ରାଇଡର୍ସ ଟିମ୍ ଲିଗ୍ ପର୍ଯ୍ୟାୟରେ ନିଜର ୧୪ଟି ମୁକାବିଲାରେ ୯ଟିରେ ବିଜୟୀ ଏବଂ ୩ଟିରେ ପରାସ୍ତ ହୋଇଛି । ମୋଟ ୨୦ ପଏଣ୍ଟ ସହ ପ୍ରଥମ ଟିମ୍ ଭାବେ କ୍ୱାଲିଫାୟରରେ କରିଥିଲା ଏଣ୍ଟ୍ରି । ସେହିପରି ସନରାଇଜର୍ସ ହାଇଦ୍ରାବାଦ୍ ଟିମ୍ ଲିଗ୍ ପର୍ଯ୍ୟାୟରେ ୧୪ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୭ ପଏଣ୍ଟ ସହ ତୃତୀୟ ଟିମ୍ ଭାବେ କ୍ୱାଲ
ଅହମ୍ମଦବାଦ ୨୧।୦୫ : ଆଇପିଏଲ୍ ୨୦୨୪ । ସରିଛି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ । ଏବେ କ୍ୱାଲିଫାୟର ମୁକାବିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଉଭୟ ଟିମ୍ଙ୍କ ମଧ୍ୟରୁ ଜିଏ ଜିତିବ । ସିଏ ପ୍ରଥମ ଦଳ ଭାବେ ଫାଇନାଲରେ କରିବ ଏଣ୍ଟ୍ରି । ଆଉ ପରାସ୍ତ ହୋଇଥିବା ଟିମ୍ କ୍ୱାଲିଫାୟର-୨ରେ ଖେଳିବ ।
ବର୍ତ୍ତମାନ ଯାଏଁ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦୁଇ ଟପ୍ ଟିମ୍ ରହିଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଉଭୟ ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂର ଜବରଦସ୍ତ ଫର୍ମରେ ରହିଛନ୍ତି । ତେଣୁ ଆଜରି ମ୍ୟାଚ୍ରେ ଜବରଦସ୍ତ ହେବ ଲଢେଇ । ଦେଖିବାକୁ ମିଳିବ ରୋମାଞ୍ଚକର ମୁକାବିଲା । ଅହମ୍ମଦାବାଦରେ ହେବ ରନ୍ ବର୍ଷା । କାହିଁକି ନା ଉଭୟ ଦଳର ବ୍ୟାଟର ଜବରଦସ୍ତ ଫର୍ମରେ ରହିଛନ୍ତି ।
ତେବେ କୋଲକାତା ନାଇଟ ରାଇଡର୍ସ ଟିମ୍ ଲିଗ୍ ପର୍ଯ୍ୟାୟରେ ନିଜର ୧୪ଟି ମୁକାବିଲାରେ ୯ଟିରେ ବିଜୟୀ ଏବଂ ୩ଟିରେ ପରାସ୍ତ ହୋଇଛି । ମୋଟ ୨୦ ପଏଣ୍ଟ ସହ ପ୍ରଥମ ଟିମ୍ ଭାବେ କ୍ୱାଲିଫାୟରରେ କରିଥିଲା ଏଣ୍ଟ୍ରି । ସେହିପରି ସନରାଇଜର୍ସ ହାଇଦ୍ରାବାଦ୍ ଟିମ୍ ଲିଗ୍ ପର୍ଯ୍ୟାୟରେ ୧୪ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୭ ପଏଣ୍ଟ ସହ ତୃତୀୟ ଟିମ୍ ଭାବେ କ୍ୱାଲିଫାୟରରେ କରିଥିଲା ଏଣ୍ଟ୍ରି ।
ସମ୍ଭାବ୍ୟ ଏକଦାଶ
ସନରାଇଜର୍ସ ହାଇଦ୍ରାବାଦ୍-
ଟ୍ରେଭିସ୍ ହେଡ୍, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନିତିଶ କୁମାର ରେଡ୍ଡୀ, ହେନରିକି କ୍ଲାସେନ୍, ସାହବାଜ ଅହମ୍ମଦ, ଅବଦୁଲ ସମଦ, ସାନବୀର ସିଂହ, ପ୍ୟାଟକ୍ କମିନ୍ସ (ଅଧିନାୟକ), ଭୁବନେଶ୍ୱର କୁମାର, ଜୟଦେବ ଉନାକାତ, ଆଡମ ମାରକ୍ରମ, ବିଜୟକାନ୍ତ ବୟସକାନ୍ତ, ଟି ନଟରାଜନ
କୋଲକାତା ନାଇଟ୍ ରାଇଡର୍ସ-
ରହମଲୁତ୍ଲା ଗୁରୁବାଜ, ସୁନୀଲ ନାରାଏନ, ନୀତିଶ ରଣା, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ରମଣଦୀପ ସିଂହ, ମିଚେଲ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରଣା, ବୈଭବ ଆରୋରା