୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍
ବରଗଡ଼,୧୮ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ମେଲଛାମୁଣ୍ଡା ଥାନା ବିର୍ଜାମ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୪ ଶ୍ରମିକଙ୍କ ଉପରେ ଏକ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ନଳକୂପ ଖୋଳିବା ପାଇଁ ଆସିଥିବା ଏହି ଶ୍ରମିକମାନେ ସମସ୍ତେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ଆହତ ଶ୍ରମିକଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି। ତେବେ ବୁଧବାର ରାତିରେ ଶ୍ରମିକମାନେ ଶୋଇଥିବା ବେଳେ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମେଲ୍ଛାମୁଣ୍ଡା […] The post ୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍ appeared first on Dharitri Odia News.
ବରଗଡ଼,୧୮ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ର ମେଲଛାମୁଣ୍ଡା ଥାନା ବିର୍ଜାମ ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୪ ଶ୍ରମିକଙ୍କ ଉପରେ ଏକ ଟ୍ରକ୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ନଳକୂପ ଖୋଳିବା ପାଇଁ ଆସିଥିବା ଏହି ଶ୍ରମିକମାନେ ସମସ୍ତେ ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ଆହତ ଶ୍ରମିକଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି। ତେବେ ବୁଧବାର ରାତିରେ ଶ୍ରମିକମାନେ ଶୋଇଥିବା ବେଳେ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ମେଲ୍ଛାମୁଣ୍ଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
The post ୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ୍ appeared first on Dharitri Odia News.