୨,୫୦୦ ଟଙ୍କାର ଫୋନ୍ ଡେଟାରେ ବହୁ କୋଟିର ଋଣ ଜାଲିଆତି
ନୂଆଦିଲ୍ଲୀ,୭ା୭:ଉତ୍ତରପ୍ରଦେଶର ନଏଡାରେ ଥିବା ଏକ ଜାଲ୍ କଲ୍ସେଣ୍ଟର ଜରିଆରେ ବହୁକୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି, ଯେଉଁଥିରେ ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି। ଅନ୍ଲାଇନରେ ୨,୫୦୦ ଟଙ୍କାର ଫୋନ୍ ଡେଟା କିଣାଯାଇ ଏହାକୁ ଋଣ ଜାଲିଆତି ଦୁର୍ନୀତି ନିମନ୍ତେ ବ୍ୟବହାର କରାଯାଇଥିଲା ବୋଲି ପୋଲିସ କହିଛି। ଜାଲ୍ ବୀମା ପଲିସି ବିକ୍ରି କରିବା ଏବଂ ଋଣ ଦେବା ନାଁରେ ଏହି ଦୁର୍ନୀତି ସମ୍ପୃକ୍ତ ୯ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି। […] The post ୨,୫୦୦ ଟଙ୍କାର ଫୋନ୍ ଡେଟାରେ ବହୁ କୋଟିର ଋଣ ଜାଲିଆତି appeared first on Dharitri Odia News.
ନୂଆଦିଲ୍ଲୀ,୭ା୭:ଉତ୍ତରପ୍ରଦେଶର ନଏଡାରେ ଥିବା ଏକ ଜାଲ୍ କଲ୍ସେଣ୍ଟର ଜରିଆରେ ବହୁକୋଟି ଟଙ୍କାର ଋଣ ଜାଲିଆତି କରାଯାଇଛି, ଯେଉଁଥିରେ ଶହ ଶହ ଲୋକ ଠକାମିର ଶିକାର ହୋଇଛନ୍ତି। ଅନ୍ଲାଇନରେ ୨,୫୦୦ ଟଙ୍କାର ଫୋନ୍ ଡେଟା କିଣାଯାଇ ଏହାକୁ ଋଣ ଜାଲିଆତି ଦୁର୍ନୀତି ନିମନ୍ତେ ବ୍ୟବହାର କରାଯାଇଥିଲା ବୋଲି ପୋଲିସ କହିଛି। ଜାଲ୍ ବୀମା ପଲିସି ବିକ୍ରି କରିବା ଏବଂ ଋଣ ଦେବା ନାଁରେ ଏହି ଦୁର୍ନୀତି ସମ୍ପୃକ୍ତ ୯ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି। ନଏଡାର ସେକ୍ଟର-୫୧ ମାର୍କେଟରେ ଥିବା ଏକ ବିଲ୍ଡିଂର ଚତୁର୍ଥ ମହଲାରେ ୨ ଜଣ ପୂର୍ବତନ ଜୀବନବୀମା ଏଜେଣ୍ଟ ବର୍ଷେ ହେଲା ଏହି କଲ୍ ସେଣ୍ଟର ଚଳାଉଥିଲେ। ଋଣ ଏବଂ ବୀମା ପଲିସିରେ ଅଧିକ ରିଟର୍ନ ଦେବାର ପ୍ରତିଶ୍ରୁତି ଦେଇ ସେମାନେ ଦିଲ୍ଲୀ-ଏନ୍ସିଆର୍ ବାହାରର ଲୋକମାନଙ୍କୁ ପ୍ରଲୋଭିତ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି। ଦୁର୍ନୀତିର ମାଷ୍ଟରମାଇଣ୍ଡ କୁହାଯାଉଥିବା ଆଶିଷ ଏବଂ ଜିତେନ୍ଦ୍ର କଲ୍ ସେଣ୍ଟର ଚଳାଇବା ପାଇଁ ୯ ଜଣ ମହିଳାଙ୍କୁ ନିଯକ୍ତି ଦେଇଥିଲେ। ସେମାନେ ଲୋକଙ୍କୁ ଡକାଇ ପଲିସି ବିକ୍ରି କରୁଥିଲେ। ଉକ୍ତ ଗ୍ୟାଙ୍ଗ୍ ଜାଲ୍ ଆଧାର କାର୍ଡ ଜରିଆରେ ବେଆଇନ ଭାବେ ସିମ୍ କାର୍ଡ କିଣୁଥିଲା। ଠକାମିର ଶିକାର ହୋଇଥିବା ଲୋକଙ୍କଠାରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍ର ଏକ ଆକାଉଣ୍ଟ ଜରିଆରେ ଅର୍ଥ ସଂଗ୍ରହ କରାଯାଉଥିଲା। ଉକ୍ତ ବ୍ୟାଙ୍କ ଆକାଉଣ୍ଟ କର୍ନାଟକର ଅରବିନ୍ଦଙ୍କର ହୋଇଥିବାବେଳେ ଏହାକୁ ଠକ ଗ୍ୟାଙ୍ଗ୍ ସାମିକ ୧,୦୦୦ ଟଙ୍କା ଭଡ଼ାରେ ନେଇ ଚଳାଉଥିଲେ। ପୋଲିସ ଚଢ଼ାଉ ବେଳେ ଆଶିଷଙ୍କର ଏକ କଳା ଡାଇରି ଜବତ ହେବା ପରେ ଦୁର୍ନୀତି ସମ୍ପର୍କରେ ସୂଚନା ମିଳିଥିଲା।
The post ୨,୫୦୦ ଟଙ୍କାର ଫୋନ୍ ଡେଟାରେ ବହୁ କୋଟିର ଋଣ ଜାଲିଆତି appeared first on Dharitri Odia News.