ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ ଏହାକୁ ନେଇ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହେବାକୁ ନୋଟିସ୍‌ କରାଯିବାକୁ ନେଇ ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲାର ବିଭିନ୍ନ କୃଷକ ସଙ୍ଗଠନ ଘଟଣାକୁ ନିନ୍ଦା କରିଥିବା ବେଳେ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ଗୁରୁବାର ଅମ୍ବାଭୋନା ବ୍ଲକର ବାରପାହାଡ଼ କୃଷକ ସଙ୍ଗଠନ […] The post ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ appeared first on Dharitri Odia News.

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ ଏହାକୁ ନେଇ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହେବାକୁ ନୋଟିସ୍‌ କରାଯିବାକୁ ନେଇ ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲାର ବିଭିନ୍ନ କୃଷକ ସଙ୍ଗଠନ ଘଟଣାକୁ ନିନ୍ଦା କରିଥିବା ବେଳେ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ଏହି କ୍ରମରେ ଗୁରୁବାର ଅମ୍ବାଭୋନା ବ୍ଲକର ବାରପାହାଡ଼ କୃଷକ ସଙ୍ଗଠନ ପକ୍ଷରୁ ଉତ୍ତମ ଗ୍ରାମର ମହାଦେବ ମନ୍ଦିର ପରିସରସ୍ଥ କଲ୍ୟାଣ ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନ ସଭାପତି ଇଶାନ୍ତ ଚନ୍ଦ୍ର ଭୋଇ ଏଥିରେ ସଭାପତିତ୍ୱ କରିଥିଲେ। ବୈଠକରେ ଚାଷୀନେତା ମହାପାତ୍ରଙ୍କ ପ୍ରତି ପୋଲିସ, ପ୍ରଶାସନର ସେଭଳି ଆଚରଣକୁ ଦୃଢ଼ ନିନ୍ଦା କରାଯାଇଥିଲା। ଚାଷୀନେତା ମହାପାତ୍ର ଚାଷୀ, ଭୂମିହୀନ ଶ୍ରେଣୀର ହକ୍‌ ପାଇଁ ଲଢ଼େଇ କରୁଥିବାବେଳେ ପୋଲିସ ତାଙ୍କ ମନୋବଳକୁ ଭାଙ୍ଗିଦେବା ପାଇଁ ସେଭଳି ଅପପ୍ରୟାସ କରୁଛି ବୋଲି ବୈଠକରେ ଅଭିଯୋଗ ହୋଇଥିଲା। ସେହିପରି ଜିଲାରେ ଗତ କିଛିମାସ ହେଲା ବିଦ୍ୟୁତ ବିତରଣ କମ୍ପାନୀ ବିରୋଧରେ ଚାଷୀନେତା ମହାପାତ୍ରଙ୍କ ନେତୃତ୍ୱରେ ଗୋଟିଏ ବ୍ଲକରୁ ଅନ୍ୟ ବ୍ଲକକୁ ପ୍ରତିବାଦର ସ୍ବର ବ୍ୟାପୁଥିବାବେଳେ କମ୍ପାନୀ ଚାପରେ ତାଙ୍କ ବିରୋଧରେ ସେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ଉପସ୍ଥିତ ଚାଷୀ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ପୋଲିସ ପ୍ରଶାସନର ଗୋଟିଏ ପଟେ କମ୍ପାନୀ ପ୍ରୀତି ଏବଂ ଅନ୍ୟପଟେ ଚାଷୀଙ୍କ ଉପରେ ଜୁଲମକୁ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ପୋଲିସ, ପ୍ରଶାସନ ଯଦି ଚାଷୀନେତା ମହାପାତ୍ରଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ନିଃସର୍ତ୍ତ ଭାବେ ପ୍ରତ୍ୟାହାର ନ କରନ୍ତି, ତେବେ ଆଗାମୀ ଦିନରେ ବାରପାହାଡ଼ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ଏବଂ ସେଥିପାଇଁ ଯେଉଁ ପରିସ୍ଥିତି ଉପୁଜିବ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ବୈଠକରେ ଚେତାବନୀ ଦିଆଯାଇଛି। ବୈଠକରେ ସମ୍ପାଦକ ଅଭିମନ୍ୟୁ ପ୍ରଧାନ, ଛନ୍ଦାଚରଣ ଭୋଇ, ସୌଦାଗର କୁଅଁର, ଈଶ୍ୱର ବାଗ, ରାଜେନ୍ଦ୍ର ଦେହେରୀ, କ୍ଷିତିଭୂଷଣ ସାହୁ, ପଞ୍ଚାନନ ପ୍ରଧାନ, ଭୀଷ୍ମଦେବ ଖମାରୀ, ଗୋପାଳ ଗୌନ୍ତିଆ ପ୍ରମୁଖ ଉପସ୍ଥିତ ଥିଲେ।

The post ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ appeared first on Dharitri Odia News.