୩୫ ଡିଗ୍ରୀ ଉପରେ ୧୯ ସହର: ଆଗକୁ ବଢିବ ପାରଦ

ଭୁବନେଶ୍ବର: ମେ ମାସରେ ତାତି ବଢିବା କଥା କିନ୍ତୁ ଏବେ ଠୁ ମାର୍ଚ୍ଚ ଆରଂଭରୁ କଲବଲ କଲାଣି ତାତି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ବଢୁଛି ତାତି। ଆଜି ୩୫ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା ରହିଛି। ୩୯.୨ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗିର ୩୭.୪, ମାଲକାନଗିରି ୩୭.୨, ଝାରସୁଗୁଡ଼ା ଓ ଭବାନୀପାଟଣା ୩୭,ହୀରାକୁଦ ୩୬.୭, ସୁନ୍ଦରଗଡ଼ ୩୬.୫, ସମ୍ବଲପୁର ୩୬.୪ ଡିଗ୍ରୀ, ଭୁବନେଶ୍ବର ୩୩.୮ ଓ […]

୩୫ ଡିଗ୍ରୀ ଉପରେ ୧୯ ସହର: ଆଗକୁ ବଢିବ ପାରଦ

ଭୁବନେଶ୍ବର: ମେ ମାସରେ ତାତି ବଢିବା କଥା କିନ୍ତୁ ଏବେ ଠୁ ମାର୍ଚ୍ଚ ଆରଂଭରୁ କଲବଲ କଲାଣି ତାତି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ବଢୁଛି ତାତି। ଆଜି ୩୫ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା ରହିଛି। ୩୯.୨ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗିର ୩୭.୪, ମାଲକାନଗିରି ୩୭.୨, ଝାରସୁଗୁଡ଼ା ଓ ଭବାନୀପାଟଣା ୩୭,ହୀରାକୁଦ ୩୬.୭, ସୁନ୍ଦରଗଡ଼ ୩୬.୫, ସମ୍ବଲପୁର ୩୬.୪ ଡିଗ୍ରୀ, ଭୁବନେଶ୍ବର ୩୩.୮ ଓ କଟକ ତାପମାତ୍ରା ୩୨.୫ ଡିଗ୍ରୀ ।

ମାର୍ଚ୍ଚରୁ ମେ ଯାଏଁ ପ୍ରବଳ ତାତିର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଆଗକୁ ଦିନ ୨ଟାପରେ ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି।