ଚେନ୍ନାଇରେ ୪ କୋଟି ନଗଦ ଟଙ୍କା ସହ ତାମିଲନାଡୁ ବିଜେପି କର୍ମୀ ଓ ଅନ୍ୟ ୨ ଜଣ ଅଟକ

ନୂଆଦିଲ୍ଲୀ : ଚେନ୍ନାଇର ତମ୍ବରମ ରେଳ ଷ୍ଟେସନରେ ଜଣେ ବିଜେପି କର୍ମୀଙ୍କ ସମେତ ୩ ଜଣ ଅଟକ ରହିଛନ୍ତି। ୬ଟି ବ୍ୟାଗରେ ନଗଦ ୪ କୋଟି ଟଙ୍କା ନେଉଥିବାବେଳ ସେମାନଙ୍କୁ ପୁଲିସ ଅଟକ ରଖିଛି। ମିଳିଥିବା ସୂଚନାନୁଯାୟୀ ଦଳର ଜଣେ ସାଂସଦ ପ୍ରାର୍ଥୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଏହି କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି। ଜବତ ହୋଇଥିବା ନଗଦ ଟଙ୍କା ପୁନଃ ତଦନ୍ତ ପାଇଁ ଆଇଟି ବିଭାଗକୁ ପଠାଯାଇଛି। ମାମଲାରେ ଅଭିଯୁକ୍ତ ସଥୀଶ ହେଉଛନ୍ତି ଜଣେ ବିଜେପି […]

ଚେନ୍ନାଇରେ ୪ କୋଟି ନଗଦ ଟଙ୍କା ସହ ତାମିଲନାଡୁ ବିଜେପି କର୍ମୀ ଓ ଅନ୍ୟ ୨ ଜଣ ଅଟକ

ନୂଆଦିଲ୍ଲୀ : ଚେନ୍ନାଇର ତମ୍ବରମ ରେଳ ଷ୍ଟେସନରେ ଜଣେ ବିଜେପି କର୍ମୀଙ୍କ ସମେତ ୩ ଜଣ ଅଟକ ରହିଛନ୍ତି। ୬ଟି ବ୍ୟାଗରେ ନଗଦ ୪ କୋଟି ଟଙ୍କା ନେଉଥିବାବେଳ ସେମାନଙ୍କୁ ପୁଲିସ ଅଟକ ରଖିଛି। ମିଳିଥିବା ସୂଚନାନୁଯାୟୀ ଦଳର ଜଣେ ସାଂସଦ ପ୍ରାର୍ଥୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ଏହି କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି। ଜବତ ହୋଇଥିବା ନଗଦ ଟଙ୍କା ପୁନଃ ତଦନ୍ତ ପାଇଁ ଆଇଟି ବିଭାଗକୁ ପଠାଯାଇଛି। ମାମଲାରେ ଅଭିଯୁକ୍ତ ସଥୀଶ ହେଉଛନ୍ତି ଜଣେ ବିଜେପି ସଦସ୍ୟ। ସେ ଏକ ଘରୋଇ ହୋଟେଲରେ ମ୍ୟାନେଜର ଭାବରେ କାମ କରନ୍ତି। ତାଙ୍କ ଭାଇ ନବୀନ ଏବଂ ଜଣେ ଡ୍ରାଇଭର ପେରୁମଲ ୬ଟି ବ୍ୟାଗରେ ୪ କୋଟି ଟଙ୍କା ନେଉଥିବାବେଳେ ପୁଲିସ ହାତରେ ଧରା ପଡ଼ିଛନ୍ତି। ତିରୁନେଲଭେଲି ବିଜେପି ସାଂସଦ ନୈନାର ନାଜେନ୍ଥିରାନଙ୍କ ନିର୍ଦ୍ଦେଶରେ ସଥୀଶ କାମ କରୁଥିଲେ ବୋଲି କହିଛନ୍ତି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡ଼ୁରେ ୩୯ ଲୋକସଭା ଆସନ ପାଇଁ ଆସନ୍ତା ଏପ୍ରିଲ ୧୯ ତାରିଖରେ ଭୋଟ୍ ଗ୍ରହଣ ହେବ। ଜୁନ୍ ୪ ତାରିଖରେ ଭୋଟ୍ ଗଣତି ଅଛି।