ଏହା ବି ହୋଇପାରେ କଳହର କାରଣ..

ଅନେକ ସମୟରେ ଦେଖାଯାଏ ଘରେ କିଛି ବି କାରଣ ନଥାଇ କଳି ଝଗଡ଼ା ଲାଗିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ। ପରିବାରରେ ଅଶାନ୍ତିର ବାତାବରଣ ଖେଳିଯାଏ। ଏହାପଛରେ ଅଜାଣତରେ ଆମଦ୍ୱାରା କରାଯାଉଥିବା କିଛି ଛୋଟମୋଟ କାର୍ଯ୍ୟ ବି କାରଣ ସାଜିପାରେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: * ବେଡ୍‌ ଉପରେ ବସିକି ଖାଇଲେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ। * ଖାଇବା ସମୟରେ ମୋବାଇଲ ଦେଖିବା କିମ୍ବା କଥାବାର୍ତ୍ତା ହେବା ବି ଘରେ ଅଶାନ୍ତି ଉପୁଜାଇଥାଏ। […] The post ଏହା ବି ହୋଇପାରେ କଳହର କାରଣ.. appeared first on Dharitri Odia News.

ଏହା ବି ହୋଇପାରେ କଳହର କାରଣ..

ଅନେକ ସମୟରେ ଦେଖାଯାଏ ଘରେ କିଛି ବି କାରଣ ନଥାଇ କଳି ଝଗଡ଼ା ଲାଗିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ। ପରିବାରରେ ଅଶାନ୍ତିର ବାତାବରଣ ଖେଳିଯାଏ। ଏହାପଛରେ ଅଜାଣତରେ ଆମଦ୍ୱାରା କରାଯାଉଥିବା କିଛି ଛୋଟମୋଟ କାର୍ଯ୍ୟ ବି କାରଣ ସାଜିପାରେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: * ବେଡ୍‌ ଉପରେ ବସିକି ଖାଇଲେ ଘରେ ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ। * ଖାଇବା ସମୟରେ ମୋବାଇଲ ଦେଖିବା କିମ୍ବା କଥାବାର୍ତ୍ତା ହେବା ବି ଘରେ ଅଶାନ୍ତି ଉପୁଜାଇଥାଏ। * ଅଇଁଠା ହାତ ନଧୋଇ ଅନ୍ୟ କାମ କରିବା ମଧ୍ୟ ଏହାର ଆଉ ଏକ କାରଣ ସାଜିପାରେ। * ଲୁଗାପଟା ଗଦା କରି ରଖିବା, ଗାଧୁଆଘର କବାଟ ଖୋଲା ରଖିବା, ଗାଧୁଆ ଘରେ ଅସନା ଲୁଗା ପକେଇ ରଖିବା ବି ଘରେ ଅଶାନ୍ତି, କଳହର ବାତାବରଣ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ କରାଯାଏ। * ରାତିରେ ଅଇଁଠା ବାସନ ପକେଇ ରଖିବା, ବାସି ଶେଯ ବହୁ ସମୟ ଧରି ପଡି ରହିବା, ପୁରୁଣା ଚପଲ, ଜୋତା ଗଦା କରି ରଖିବା ବି ଘରେ ନକାରାତ୍ମକ ଶକ୍ତିକୁ ବଢାଇ ସମ୍ପର୍କରେ ତିକ୍ତତା ଆଣିଥାଏ। * ଘରେ ପୂଜାପାଠ ନିୟମ ଅନୁସାରେ ନ କରିବା ବି ଘରେ କଳହର ଅନ୍ୟତମ କାରଣ ହୋଇପାରେ। * ତା’ଛଡ଼ା ଘରେ ଯଦି କିଛି ବାସ୍ତୁଦୋଷ କିମ୍ବା ପିତୃଦୋଷ ଥାଏ, ତା’ହେଲେ ବି କଳହ, ଝଗଡ଼ା ଲାଗିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

The post ଏହା ବି ହୋଇପାରେ କଳହର କାରଣ.. appeared first on Dharitri Odia News.