ବନ ମହୋତ୍ସବ: ଭ୍ରାମ୍ୟମାଣ ଚାରା ବିତରଣ ରଥ….

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର) ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀ ରତ୍ନଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଅତିଥିଭାବେ ଯୋଗଦେଇ ଚାରା ବଣ୍ଟନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପରେ ସେ ଜଣେ ଚାଷୀଙ୍କୁ ୧ […] The post ବନ ମହୋତ୍ସବ: ଭ୍ରାମ୍ୟମାଣ ଚାରା ବିତରଣ ରଥ…. appeared first on Dharitri Odia News.

ବନ ମହୋତ୍ସବ: ଭ୍ରାମ୍ୟମାଣ ଚାରା ବିତରଣ ରଥ….
ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର) ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୬ ତମ ବନ ମହୋତ୍ସବ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଅସ୍ଥାୟୀ ଚାରା ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀ ରତ୍ନଙ୍କ ସଂଯୋଜନାରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଅତିଥିଭାବେ ଯୋଗଦେଇ ଚାରା ବଣ୍ଟନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପରେ ସେ ଜଣେ ଚାଷୀଙ୍କୁ ୧ ଟଙ୍କା ବିନିମୟରେ ବୃକ୍ଷ ଚାରା ପ୍ରଦାନ କରିଥିଲେ।
ସେହିପରି ଭ୍ରାମ୍ୟମାଣ ଚାରା ବିକ୍ରୟ ରଥକୁ ରେଞ୍ଜର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରଥଟି ଆଙ୍କୋରଡା , ଅନଙ୍ଗପୁର, କୁଶପଡା , ପତାଣ୍ଡ ଗ୍ରାମ ପରିଭ୍ରମଣ କରି ବନ କର୍ମଚାରୀଙ୍କ ଉପସ୍ଥିତିରେ ଲୋକଙ୍କୁ ଚାରା ପ୍ରତି ୧ ଟଙ୍କା ମୂଲ୍ୟରେ ୨ ଶହରୁ ଊଦ୍ଧର୍‌ବ ଚାରା ପ୍ରଦାନ କରାଯାଇଥିଲା ।
ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଚଳିତବର୍ଷ ୨ ଲକ୍ଷରୁ ଊଦ୍ଧର୍‌ବ ଚାରା ବିଭିନ୍ନ ନର୍ସରୀରେ ପ୍ରସ୍ତୁତ କରାଯାଇ ଲୋକଙ୍କୁ ବଣ୍ଟନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ରେଞ୍ଜର କହିଛନ୍ତି। ବର୍ଷା ଋତୁରେ ସ୍ଥାନୀୟ ଅଞ୍ଚଳ ମାନଙ୍କରେ ଆଗାମୀ ଦିନରେ ଅଧିକରୁ ଅଧିକ ଚାରା ରୋପଣ କରି ସବୁଜ ପରିବେଶ ସହ ସୁସ୍ଥ ଜୀବନ ଗଢିବା ପାଇଁ ଚାରା ରୋପଣର ଆବଶ୍ୟକତା ରହିଛି ବୋଲି ବନବିଭାଗ ପକ୍ଷରୁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ବନ କର୍ମଚାରୀ ସହଯୋଗ କରିଥିଲେ ।

The post ବନ ମହୋତ୍ସବ: ଭ୍ରାମ୍ୟମାଣ ଚାରା ବିତରଣ ରଥ…. appeared first on Dharitri Odia News.